କନକ ବ୍ୟୁରୋ : ବିଜେଡି ଷ୍ଟାଇଲରେ ବିଜେପିର ସଂଗଠନ । ଠିକ୍ ବିଜେଡିର ଯୁବବାହୀନି ଭଳି ବିଜେପି ଆରମ୍ଭ କରିଛି ୟୁଥ୍ ଫର୍ ଆକ୍ସନ । ଏହି ସଂଗଠନର ଉଦ୍ଦେଶ୍ୟ ହେଉଛି- ସାରା ଓଡିଶାର ଯୁବକ-ଯୁବତୀଙ୍କୁ ଏକାଠି କରି ସାମାଜିକ ବିକାଶ, ରାଜ୍ୟର ବିକାଶ ଏବଂ ସର୍ବୋପରି ରାଷ୍ଟ୍ରୀୟ ବିକାଶ ଦିଗରେ କାମ କରିବା । ସେହିପରି ଯୁବକଙ୍କ ଭିତରେ ଲୁଚି ରହିଥିବା ପ୍ରତୀଭାକୁ ଲୋକଲୋଚନକୁ ଆଣିବା ପାଇଁ ଜିଲ୍ଲାସ୍ତରରେ ପ୍ରତିଯୋଗିତା କରାଯିବ ।
ଏହି ୟୁଥ୍ ଫର୍ ଆକ୍ସନ୍ ସଂଗଠନକୁ ଶୁଭାରମ୍ଭ କରିଛନ୍ତି ବିଜେପି ରାଷ୍ଟ୍ରୀୟ ଉପସଭାପତି ବୈଜୟନ୍ତ ପଣ୍ଡା ଏବଂ ଭୁବନେଶ୍ୱର ସାଂସଦ । ଏହି କାର୍ଯ୍ୟକ୍ରମରେ ଓଡ଼ିଶାର ୨୫ଟି ଜିଲ୍ଲାର ଯୁବକ ସାମିଲ ହୋଇଥିଲେ । ଏହାକୁ ଏକ ଅଣରାଜନୈତିକ ସଂଗଠନ ବୋଲି ବିଜେପି ନେତା କହିଛନ୍ତି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2019/06/bjp_1559990826_618x347.jpeg)