କନକ ବ୍ୟୁରୋ : ମନ୍ତ୍ରୀ ନବ ଦାସ ହତ୍ୟା ଘଟଣା ଏବଂ ବିପର୍ଯ୍ୟସ୍ତ ଆଇନଶୃଙ୍ଖଳାକୁ ନେଇ ରାଜଭବନ ସମ୍ମୁଖରେ ବିକ୍ଷୋଭ ପଦର୍ଶନ କରିଛି ବିଜେପି । ମୁଖ୍ୟମନ୍ତ୍ରୀ ଗାଦି ଛାଡ, ମନ୍ତ୍ରୀ ହତ୍ୟାକାରୀ ମୁଖ୍ୟମନ୍ତ୍ରୀ ଲେଖାଥିବା ପ୍ଲାକାର୍ଡ ଧରି ଧାରଣାରେ ବସିଛନ୍ତି ବିଜେପି ନେତା ଓ କର୍ମୀ । ଦଳ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଇସ୍ତଫା ଦାବି କରିଛି ।

Advertisment

ମନ୍ତ୍ରୀ ନବ ଦାସଙ୍କ ଭଳି ଜୟନାୟଣ ମିଶ୍ରଙ୍କୁ ହତ୍ୟା କରିବାକୁ ଯୋଜନା କରାଯାଇଥାଇପାରେ ବୋଲି ଅଭିଯୋଗ କରିଛି ବିଜେପି । ଗତ ମଙ୍ଗଳବାର ଠୁ ବିଜେପି ପକ୍ଷରୁ ଏନେଇ ବିକ୍ଷୋଭ କରାଯାଇଥିବା ବେଳେ ଆଜି ତିନି ଦିନରେ ପହଞ୍ଚିଛି । ତେବେ ଏନେଇ ବିେଜେପି ପକ୍ଷରୁ ରାଜ୍ୟପାଳଙ୍କୁ ସ୍ମାରକ ପତ୍ର ପ୍ରଦାନ କରାଯିବ । ଦଳ ଅଭିଯୋଗ କରିଛି ଯେ, ଗତ କିଛି ବର୍ଷ ହେବ ରାଜ୍ୟରେ ସାଇବର ଅପରାଧ, ଶିଶୁ ଅପହରଣ, ଲୁଟ୍, ଦୁଷ୍କର୍ମ ଓ ହତ୍ୟା ପରି ଅପରାଧ ସଂଖ୍ୟା ଦିନକୁ ଦିନ ବଢିବାରେ ଲାଗିଛି ।