କନକ ବ୍ୟୁରୋ : ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ହତ୍ୟା ପାଇଁ ଚାଲିଛି ଷଡଯନ୍ତ୍ର । ଖୋଦ୍ ବିଜେପି ସାଂସଦ ମନୋଜ ତିୱାରୀ ଏହି ଷଡଯନ୍ତ୍ରରେ ସାମିଲ ଅଛନ୍ତି । ଏଭଳି ସାଂଘାତିକ ଅଭିଯୋଗ ଆଣିଛନ୍ତି ଦିଲ୍ଲୀ ଉପ-ମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆ । ପ୍ରେସମିଟ୍ କରି ସିସୋଦିଆ କହିଛନ୍ତି, ଯିଏ ଯେତେ ଭୟଭୀତ କଲେ ମଧ୍ୟ ଆପ୍ ଏହାକୁ ଡରେ ନାହିଁ । ଦିଲ୍ଲୀ ଉପ-ରାଜ୍ୟପାଳ ବି.କେ ସାକ୍ସେନା ଏହି ଅଭିଯୋଗର ଯାଞ୍ଚ କରିବାକୁ ଉଚ୍ଚ ପୋଲିସ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ।
गुजरात व MCD हारने के डर से बौखलाई व @ArvindKejriwal जी को अपनी साजिशो मे फँसाने मे फेल भाजपा उनकी हत्या का ताना-बाना बुन रही है
इस तरह खुलेआम दिल्ली के मुख्यमंत्री को हत्या की धमकी देने वाले मनोज तिवारी के खिलाफ सख्त कारवाई करते हुए गिरफ्तार कर इस पूरी साजिश की जाँच होनी चाहिए
— Manish Sisodia (@msisodia) November 25, 2022
ମନୀଷ ସିସୋଦିଆ ଟ୍ୱିଟ୍ କରି ଲେଖିଛନ୍ତି, ଗୁଜରାଟ ଓ ଏମଏସଡି ନିର୍ବାଚନରେ ପରାଜୟ ଭୟରେ ବିଜେପି ଏବେ କେଜ୍ରିୱାଲଙ୍କ ହତ୍ୟା କରିବାକୁ ଷଡଯନ୍ତ୍ର କରୁଛି । ବିଜେପି ସାଂସଦ ମନୋଜ ତିୱାରୀ ଖୋଲାଖୋଲି କେଜ୍ରିୱାଲଙ୍କ ଉପରେ ଆକ୍ରମଣ କରିବାକୁ କର୍ମୀଙ୍କୁ ପ୍ରବର୍ତ୍ତାଉଛନ୍ତି ଆଉ ଏଥିପାଇଁ ପୂରା ପ୍ଲାନିଂ ମଧ୍ୟ ସରିଛି । କିନ୍ତୁ ଆମ୍ ଆଦମୀ ପାର୍ଟି ଏମାନଙ୍କୁ ଭୟ କରେ ନାହିଁ, ଏମାନଙ୍କର ଗୁଣ୍ଡାଗର୍ଦ୍ଦିର ଜବାବ ଜନତା ନିଶ୍ଚୟ ଦେବେ ।