ବିଜେପି-କଂଗ୍ରେସ ମଧ୍ୟରେ ପଥର ଫିଙ୍ଗାଫିଙ୍ଗି । ୭ ଜଣଙ୍କ ମୁଣ୍ଡ ଫାଟିଥିବା ନେଇ ଥାନାରେ ଏତଲା ଦେଲା ବିଜେପି ଯୁବମୋର୍ଚ୍ଚା ।

253

କନକ ବ୍ୟୁରୋ: ରାଜଧାନୀରେ ବିଜେପି ଯୁବମୋର୍ଚ୍ଚ ଓ ଯୁବ ଛାତ୍ର କଂଗ୍ରେସ ମଧ୍ୟରେ ମୁହାଁମୁହିଁ । ରଣକ୍ଷେତ୍ର ପାଲଟିଲା ରାଜଧାନୀର ମାଷ୍ଟରକ୍ୟାଣ୍ଟିନ୍ । ଉଭୟ ଦଳର କର୍ମୀଙ୍କ ମଧ୍ୟରେ ପଥର ଫିଙ୍ଗାଫିଙ୍ଗି ହେବାରୁ ୭ ଜଣଙ୍କ ମୁଣ୍ଡ ଫାଟିଥିବା ସୂଚନା ମିଳିଛି । ସମସ୍ତଙ୍କୁ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । କଂଗ୍ରେସର ଆକ୍ରମଣରେ ବିଜେପି ଯୁବମୋର୍ଚ୍ଚାର ମୁଣ୍ଡ ଫାଟିଥିବା ଅଭିଯୋଗ । ଏନେଇ କ୍ୟାପିଟାଲ ଥାନାରେ ବିଜେପି ଯୁବମୋର୍ଚ୍ଚା ପକ୍ଷରୁ ଏତଲା ଦିଆଯାଇଛି ।

ତେବେ ରାହୁଲଙ୍କ ପୋଷ୍ଟରରେ ଗୋବର ମାଡ଼ କଲେ ବିଜେପି ଯୁବମୋର୍ଚ୍ଚା କର୍ମୀ, ପ୍ରତିବାଦରେ ତାତିଲା ଯୁବ ଓ ଛାତ୍ର କଂଗ୍ରେସ, ମାଷ୍ଟରକ୍ୟାଣ୍ଟିନ ଠାରେ ହଙ୍ଗାମା କଲା । ସ୍ଥିତି ଏପରି ହୋଇଛି ଯେ, ସ୍ପରସ୍ପରକୁ ପଥର ଫିଙ୍ଗାଫିଙ୍ଗି ମଧ୍ୟ କରିବାକୁ ପଛାଇନାହାନ୍ତି । ମାଷ୍ଟରକ୍ୟାଣ୍ଟିନ୍ ଛକରେ ଲଙ୍କାକାଣ୍ଡ ଦେଖିବାକୁ ମିଳିଛି । ପୋଲିସ ଉପସ୍ଥିତି ଥାଇ ମଧ୍ୟ ଉଗ୍ର ହୋଇଛି ଏହି ଉତ୍ତେଜନା । ତେବେ ଗତକାଲି ସଂସଦରେ ବିଜେପି ଓ ଆରଏସଏସକୁ ହିନ୍ଦୁ ବିରୋଧୀ କହିବା ପରେ ରାହୁଲ ଗାନ୍ଧୀଙ୍କ ବିରୁଦ୍ଧରେ ଦେଶବ୍ୟାପୀ ପ୍ରତିବାଦ ଜାରି ରଖିଛି ବିଜେପି । ଯାହାର ପ୍ରତିଫଳନ ଆଜି ରାଜ୍ୟ ରାଜଧାନୀରେ ଦେଖିବାକୁ ମିଳିଛି ।