ଦମ୍ଭୋକ୍ତି ଦେଖାଇଲା ବିଜେପି । କହିଲା, ପ୍ରଥମ ପର୍ଯ୍ୟାୟ ନିର୍ବାଚନରେ ୧୮ ଆସନ ଜିତିବ ଦଳ, ଲୋକସଭାରେ ପାଇବ ମୋଟ ୧୬ ଆସନ । 

2,180

କନକ ବ୍ୟୁରୋ : ପ୍ରଥମ ପର୍ଯ୍ୟାୟ ଭୋଟ୍ ସରିବା ପରେ ଆରମ୍ଭ ହୋଇଛି ବୟାନବାଜି । ବିଜେଡି ୨୮ରୁ ୨୪ ଆସନ ଜିତିବା ନେଇ ଦମ୍ଭୋକ୍ତି ଦେଖାଇବା ପରେ ବିଜେପି କହିଛି ପ୍ର୍ଥମ ପର୍ଯ୍ୟାୟରେ ହୋଇଥିବା ନିର୍ବାଚନରେ ୨୮ରୁ ୧୮ ଆସନରେ ଜିତିବ ଦଳ । ବିଜେଡି ଯାହା କହିଲେ ବି ଏ ଫଳାଫଳରେ ଫରକ ପଡିବନି । ବିଧାନସଭାରେ ୧୮ ଏବଂ ଲୋକସଭାରେ ମୋଟ ୧୬ଟି ଆସନ ଅକ୍ତିଆର କରିବ ବୋଲି କହିଛନ୍ତି ବିଜେପି ରାଜ୍ୟ ନିର୍ବାଚନ ପ୍ରଭାରୀ ବିଜୟ ପାଲ ସିଂ ତୋମାର ।  ଏପରିିକି ଆଗକୁ ରାଜ୍ୟରେ ବିଜେପି ସରକାର ଗଢ଼ିବ ବୋଲି ଦମ୍ଭୋକ୍ତି ଦେଖାଇଛନ୍ତି ରାଜ୍ୟ ନିର୍ବାଚନ ପ୍ରଭାରୀ ।

ଗତ ମେ’ ୧୩ରେ ପ୍ରଥମ ପର୍ଯ୍ୟାୟରେ କଳାହାଣ୍ଡି, କୋରାପୁଟ, ନବରଙ୍ଗପୁର ଓ ବ୍ରହ୍ମପୁର ସଂସଦୀୟ କ୍ଷେତ୍ର ଓ ଏହାର ଅଧିନରେ ଥିବା ୨୮ଟି ବିଧାନସଭା ଆସନ ପାଇଁ ଭୋଟ୍ ପଡ଼ିଛି । ତେବେ ଏହି ୨୮ଟି ଆସନରୁ ୨୪ଟି ଆସନରେ ବିଜେଡି ଜିତିବା ନେଇ ଦମ୍ଭୋକ୍ତି ଦେଖାଇଛନ୍ତି ପାଣ୍ଡିଆନ । ନବୀନଙ୍କ ଭଲ କାମ ଓ ଲୋକପ୍ରିୟତା ଯୋଗୁଁ ବିଜେଡି ଅଧିକରୁ ଆସନ ଜିତିବ ବୋଲି ଦମ୍ଭୋକ୍ତି ଦେଖାଇଛନ୍ତି ପାଣ୍ଡିଆନ ।