କନକ ବ୍ୟୁରୋ : ବିଜେପି ପାଳନ କରୁଛି ୪୫ ତମ ପ୍ରତିଷ୍ଠା ଦିବସ । ଏପ୍ରିଲ ୬ ତାରିଖ ୧୯୮୦ରେ ଗଠନ ହୋଇଥିଲା ଭାରତୀୟ ଜନତା ପାର୍ଟି । ତେଣୁ ଆଜିର ଦିନକୁ ପ୍ରତିବର୍ଷ ଦେଶବ୍ୟାପି ବେଶ ଧୁମ୍ଧାମରେ ପାଳନ କରୁଛି ବିଜେପି । ଏହି ଅବସରରେ ରାଜ୍ୟ ବିଜେପି କାର୍ଯ୍ୟାଳୟରେ ପ୍ରତିଷ୍ଠା ଦିବସ ପାଳନ ହୋଇଛି । ଦଳୀୟ ପତାକା ଉତୋଳନ କରିଛନ୍ତି ରାଜ୍ୟ ସଭାପତି ମନମୋହନ ସାମଲ, ରାଜ୍ୟ ନିର୍ବାଚନ ପ୍ରଭାରୀ ବିଜୟପାଲ ସିଂ ତେମାର । ଦଳର ବରିଷ୍ଠ କର୍ମୀ ମାନେ ପ୍ରତିଷ୍ଠା ଦିବସରେ ସାମିଲ ହୋଇଥିଲେ ।
୪୫ ତମ ପ୍ରତିଷ୍ଠା ଦିବସ ପାଳନ କରୁଛି ବିଜେପି । ରାଜ୍ୟ ବିଜେପି କାର୍ଯ୍ୟାଳୟରେ ପତାକା ଉତ୍ତୋଳନ କଲେ ଦଳର ସଭାପତି
/kanak/media/post_attachments/wp-content/uploads/2024/04/2-11.jpg)