source : The Indian Wire
କନକ ବ୍ୟୁରୋ : ବିଜେଡି ଓ କଂଗ୍ରେସର ପ୍ରାର୍ଥୀ ଘୋଷଣା ପରେ ଏବେ ଅପେକ୍ଷା ରହିଛି ତେବେ ବାହାରିବ ବିଜେପିର ପ୍ରାର୍ଥୀ ତାଲିକା । ବିଜେପି ବିଳମ୍ବ କରିବା ପଛରେ ଦ୍ୱନ୍ଦ୍ୱ ହିଁ କାରଣ ହୋଇଥାଇପାରେ ବୋଲି ଚର୍ଚ୍ଚା ହେଉଛି । ଅନ୍ୟଦଳରୁ ଆଉ କେଉଁ ପ୍ରାର୍ଥୀମାନେ ଦଳବଦଳ କରି ବିଜେପିରେ ମିଶିବେ, ବୋଧହୁଏ ଏହାକୁ ଅପେକ୍ଷା କରି ବିଜେପି ପ୍ରାର୍ଥୀ ତାଲିକା ପ୍ରକାଶ କରିବାରେ ବିଳମ୍ବ କରୁଥିବା ଅନୁମାନ କରାଯାଉଛି । ଅନ୍ୟଦଳର ନେତା ବିଜେପିରେ ଯୋଗ ଦେବାପରେ ବଦଳିଯାଇପାରେ ଟିକେଟ ସମୀକରଣ । ତେଣୁ ତାଲିକା ଘୋଷଣାରେ ବିଜେପି ବିଳମ୍ବ କରୁଥାଇପାରେ ବୋଲି ଚର୍ଚ୍ଚା ହେଉଛି ।
ସେପଟେ ବିଜେପି ଟିକେଟ ଆଶାୟୀଙ୍କ ମଧ୍ୟରେ ଯେତିକି ଆଶା ରହିଛି ତା’ ଠାରୁ ଅଧିକ ଆଶଙ୍କା ମଧ୍ୟ ରହିଛି । କାହିଁକି ନା ନେତାଙ୍କ ଦଳ ବଦଳ ସେମାନଙ୍କ ଟିକେଟ ପାଇବା ଆଶାକୁ ମଧ୍ୟରେ ମାଟିରେ ମିଶେଇଦେଇପାରେ । ଏହାରି ଭିତରେ ଅପେକ୍ଷା ରହିଛି କେବେ ବାହାରିବ ବିଜେପିର ପ୍ରାର୍ଥୀ ତାଲିକା ।
Follow Us
/kanak/media/post_attachments/wp-content/uploads/2019/03/web-bjp-logo-1538503012658-300x199.jpg)