ନାମାଙ୍କନ ଭରିଲେ ବିଜେଡି ପ୍ରାର୍ଥୀ ବିଜୟ ଶଙ୍କର । ସାରଳା ଓ ଗୋରଖନାଥ ପୀଠରେ ଦର୍ଶନ କରିବା ପରେ ବିଜୟ ଶଙ୍କର ପ୍ରାର୍ଥୀପତ୍ର କଲେ ଦାଖଲ

135

କନକ ବ୍ୟୁରୋ : ତିର୍ତୋଲ ଓ ବାଲେଶ୍ୱର ସଦର ଉପନିର୍ବାଚନ ପାଇଁ ଆଜି ସରୁଛି ନାମାଙ୍କନ ପତ୍ର ଦାଖଲର ଦିନ ।  ପ୍ରାର୍ଥୀପତ୍ର ଦାଖଲର ଶେଷଦିନରେ  ତିର୍ତୋଲରୁ  ବିଜେଡି ପ୍ରାର୍ଥୀ ବିଜୟ ଶଙ୍କର ଦାସ ଆଜି ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି  ।  ସାରଳା ଓ ଗୋରଖନାଥ ପୀଠରେ ଦର୍ଶନ କରିବା ପରେ ବିଜୟ ଶଙ୍କର ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି ।

ଏଠାରେ ଭୋଟ ଗ୍ରହଣ ନଭେମ୍ବର ୩ ତାରିଖରେ ହେବାକୁ ଥିବାବେଳେ ଭୋଟଗଣତି ୧୦ ତାରିଖରେ ହେବ । ବିଜେପିରୁ  ରାଜକିଶୋର ବେହେରା ଓ କଂଗ୍ରେସରୁ ହିମାଂଶୁ ଭୂଷଣ ମଲ୍ଲିକ  ଲଢୁଛନ୍ତି ।  କୋଭିଡ କଟକଣା ଭିତରେ ପ୍ରଚାର ବି ଧୀରେ ଧୀରେ ଜୋର ଧରୁଛି ।