କନକ ବ୍ୟୁରୋ : ତିର୍ତୋଲ ଓ ବାଲେଶ୍ୱର ସଦର ଉପନିର୍ବାଚନ ପାଇଁ ଆଜି ସରୁଛି ନାମାଙ୍କନ ପତ୍ର ଦାଖଲର ଦିନ । ପ୍ରାର୍ଥୀପତ୍ର ଦାଖଲର ଶେଷଦିନରେ ତିର୍ତୋଲରୁ ବିଜେଡି ପ୍ରାର୍ଥୀ ବିଜୟ ଶଙ୍କର ଦାସ ଆଜି ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି । ସାରଳା ଓ ଗୋରଖନାଥ ପୀଠରେ ଦର୍ଶନ କରିବା ପରେ ବିଜୟ ଶଙ୍କର ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି ।
ଏଠାରେ ଭୋଟ ଗ୍ରହଣ ନଭେମ୍ବର ୩ ତାରିଖରେ ହେବାକୁ ଥିବାବେଳେ ଭୋଟଗଣତି ୧୦ ତାରିଖରେ ହେବ । ବିଜେପିରୁ ରାଜକିଶୋର ବେହେରା ଓ କଂଗ୍ରେସରୁ ହିମାଂଶୁ ଭୂଷଣ ମଲ୍ଲିକ ଲଢୁଛନ୍ତି । କୋଭିଡ କଟକଣା ଭିତରେ ପ୍ରଚାର ବି ଧୀରେ ଧୀରେ ଜୋର ଧରୁଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2020/10/33-14.jpg)