କନକ ବ୍ୟୁରୋ : ଧାମନଗର ପାଇଁ ଚାଲିଛି ଭୋଟ୍ ଗଣତି । ଆଗେଇ ଚାଲିଛି ବିଜେପି । ୧୧ତମ ରାଉଣ୍ଡରେ ୪୬୫ ଭୋଟରେ ଆଗୁଆ ବିଜେପି, ଅବନ୍ତୀଙ୍କୁ ପଛରେ ପକାଇ ମୋଟ ୫୩୧୦ ଭୋଟରେ ସୁରଜ ସୂର୍ଯ୍ୟବଂଶୀ ଆଗୁଆ ଅଛନ୍ତି ।
୧୧ତମ ରାଉଣ୍ଡ ଗଣତି ଶେଷ ସୁଦ୍ଧା ବିଜେଡି ପ୍ରାର୍ଥୀ ଅବନ୍ତୀ ଦାସଙ୍କୁ ୪୪ହଜାର ୪୮୪ ଖଣ୍ଡ ଭୋଟ ମିଳିଥିବା ବେଳେ ସୁରଜ ସୂର୍ଯ୍ୟବଂଶୀଙ୍କୁ ୪୯ ହଜାର ୭୯୪ ଖଣ୍ଡ ଭୋଟ, କଂଗ୍ରେସ ପ୍ରାର୍ଥୀ ବାବା ହରେକୃଷ୍ଣ ସେଠୀଙ୍କୁ ହଜାରେ ୨ହଜାର ୪୬ , ସ୍ୱାଧୀନ ପ୍ରାର୍ଥୀ ରାଜୁ ଦାସଙ୍କୁ ହଜାରେ ୬ହଜାର ୩୧୯ ଖଣ୍ଡ ଭୋଟ ମିଳିଥିବା ବେଳେ ନୋଟାରେ ପଡିଛି ୪୩୪ ଖଣ୍ଡ ଭୋଟ । ପ୍ରାରମ୍ଭିକ ଟ୍ରେଣ୍ଡରେ ବିଜେପି ଆଗରେ ରହିଥିବା ବେଳେ ବିଜେପି ଶିବିରରେ ଉତ୍ସାହ ଖେଳି ଯାଇଛି ।