କନକ ବ୍ୟୁରୋ: ଯାଜପୁର ଧର୍ମଶାଳା ଆସନକୁ ନେଇ ବିଜେପିରେ ଅସନ୍ତୋଷ ବଢ଼ି ଚାଲିଥିବା ବେଳେ ପ୍ରଚାର ମୈଦାନକୁ ଓହ୍ଲାଇଛନ୍ତି ପ୍ରାର୍ଥୀ ସ୍ମୃତିରେଖା ପହି । ଗୋଟିଏ ପଟେ ଆଶାୟୀ ପ୍ରାର୍ଥୀ ହିମାଂଶୁ ଶେଖର ସାହୁଙ୍କୁ ଦଳ ଟିକେଟ ଦେଇ ନଥିବାରୁ ରାଜ୍ୟ ବିଜେପି ମୁଖ୍ୟାଳୟରେ ଧାରଣାରେ ବସିଛନ୍ତି ସମର୍ଥକ । ସନ୍ଧ୍ୟା ସୁଦ୍ଧା ଟିକେଟ ନ ମିଳିଲେ ସମୁହ ଇସ୍ତଫା ପାଇଁ ଚେତାବନୀ ଦେଇଛନ୍ତି । ଅନ୍ୟପଟେ କିନ୍ତୁ ଯାଜପୁରରେ ମାଆ ବିରଜାଙ୍କ ମନ୍ଦିର ଯାଇ ପୂଜାର୍ଚ୍ଚନା କରିଛନ୍ତି ବିଜେପି ପ୍ରାର୍ଥୀ ସ୍ମୃତିରେଖା ପହି । ମାଆଙ୍କ ଆଶୀର୍ବାଦ ନେବା ପରେ ସମର୍ଥକଙ୍କ ସହ ପ୍ରଚାର ଆରମ୍ଭ କରିଛନ୍ତି । ଧର୍ମଶାଳା ଲୋକେ ପରିବର୍ତ୍ତନ ଚାହୁଁଥିବାରୁ ଏଥର ଧର୍ମଶାଳାରେ ବିଜେପି ଆସିବ ବୋଲି ସେ ଦମ୍ଭୋକ୍ତି ପ୍ରକାଶ କରିଛନ୍ତି ।
ଏପଟେ ଧାରଣା, ସେପଟେ ପ୍ରଚାର । ଧର୍ମଶାଳାରେ ପ୍ରଚାର ଆରମ୍ଭ କଲେ ବିଜେପି ପ୍ରାର୍ଥୀ ସ୍ମୃତିରେଖା ପହି । ଏପଟେ ଟିକେଟ୍ ପାଇଁ ଧାରଣାରେ ହିଂମାଶୁଙ୍କ ସମର୍ଥକ ।
/kanak/media/post_attachments/wp-content/uploads/2024/04/Screen-Shot-2024-04-03-at-2.18.32-PM.png)
Advertisment
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/05/31/2025-05-31t055911608z-1001121283.png)