କନକ ବ୍ୟୁରୋ: ଦିଗପହଣ୍ଡିରେ ଦମ୍ ଦେଖାଇଲା ବିଜେପି । ବିଜେଡି ଗଡରେ ବିଜୟୀ ହେଲା ବିଜେପି । ବିଜେଡିର ପ୍ରାର୍ଥୀ ବିପ୍ଳବ ପାତ୍ରଙ୍କୁ ହରାଇ ବିଜୟୀ ହେଲେ ସିଦ୍ଧାନ୍ତ ମହାପାତ୍ର ।
ତେବେ ବିଜେଡିର ଗଡ ହିସାବରେ ଦିଗପହଣ୍ଡିକୁ ଗଣାହୁଏ । ୨୦୦୯ରୁ ଲଗାତାର ଭାବେ ବିଜେଡି ସେଠି ବିଜୟୀ ହେଉଥିବା ବେଳେ ବିଜେପି ଏଥର ବାଜିମାତ୍ କରିଛି । ସୂର୍ଯ୍ୟ ପାତ୍ର ବିଜେଡିରୁ ୩ ଥର ବିଧାୟକ ହୋଇଥିବା ବେଳେ ଏଥର ତାଙ୍କ ପୁଅକୁ ଟିକେଟ୍ ଦେଇଥିଲା ଦଳ । ଆଉ ତାଙ୍କ ବିରୋଧରେ ବିଜେପି ସିଦ୍ଧାନ୍ତଙ୍କୁ ଛିଡା କରିଥିଲା । ଆଉ ବିଜେଡି ଛାଡି ବିଜେପି ଯାଇଥିବା ସିଦ୍ଧାନ୍ତ ଦିଗପହଣ୍ଡିରେ ବିଜୟୀ ଲାଭ କରିଛନ୍ତି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2024/06/18-4.jpg)