ପାଟନା ସାହିବରେ କଂଗ୍ରେସକୁ ଲାଗିବକି ବଡ ଝଟକା ? ଶତ୍ରୁଘ୍ନ ସିହ୍ନାଙ୍କୁ ପଛରେ ପକାଇ ୬୨ ହଜାର ଭୋଟରେ ଆଗୁଆ ରବିଶଙ୍କର ।

Advertisment
ପାଟନା ସାହିବରେ କଂଗ୍ରେସକୁ ଲାଗିବକି ବଡ ଝଟକା ? ଶତ୍ରୁଘ୍ନ ସିହ୍ନାଙ୍କୁ ପଛରେ ପକାଇ ୬୨ ହଜାର ଭୋଟରେ ଆଗୁଆ ରବିଶଙ୍କର ।

image courtesy - Afternoon Voice

କନକ ବ୍ୟୁରୋ : ପାଟନା ସାହିବ ଲୋକସଭା ଆସନରେ କଂଗ୍ରେସକୁ ଲାଗିବକି ବଡ ଝଟକା ? ଦିନ ୧୨ଟା ୩୦ ମିନିଟ୍ ଟ୍ରେଣ୍ଡ ଅନୁଯାୟୀ, କଂଗ୍ରେସ ପ୍ରାର୍ଥୀ ଶତ୍ରୁଘ୍ନ ସିହ୍ନାଙ୍କୁ ପଛରେ ପକାଇ ଆଗକୁ ବଢି ଚାଲିଛନ୍ତି ବିଜେପି ପ୍ରାର୍ଥୀ ରବିଶଙ୍କର । ନିର୍ବାଚନ ପୂର୍ବରୁ ବିଜେପି ଛାଡି କଂଗ୍ରେସ ଶିବିରକୁ ଆସିଥିଲେ ଶତ୍ରୁଘ୍ନ । କୁହାଯାଉଛି, ଦଳ ବଦଳାଇଥିବାରୁ ଚଳିତ ନିର୍ବାଚନରେ ପାଟନା ସାହିବ ଆସନ ଶତ୍ରୁଘ୍ନ ସିହ୍ନାଙ୍କ ପାଇଁ ସମ୍ମାନର ଲଢେଇ । ତେବେ ବର୍ତ୍ତମାନ ସୁଦ୍ଧା ଯେଉଁ ସୂଚନା ହସ୍ତଗତ ହୋଇଛି, ସେଥିରୁ ଜଣାପଡିଛି ଯେ, ୬୨ ହଜାର ଭୋଟରେ ଆଗୁଆ ରହିଛନ୍ତି ରବିଶଙ୍କର ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe