କନକ ବ୍ୟୁରୋ : ମହାରାଷ୍ଟ୍ର ବିଧାନସଭା ନିର୍ବାଚନରେ ବିଜେପିର ବାଚସ୍ପତି ପ୍ରାର୍ଥୀ ରାହୁଲ ନାର୍ବେକରଙ୍କ ବିଜୟୀ ହୋଇଛି । ମହାବିକାଶ ଅଘାଡିର ପ୍ରାର୍ଥୀ ରାଜନ ସାଲଭି ନିର୍ବାଚନରେ ହାରିଛନ୍ତି । ପୂର୍ବତନ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କର ଅନୁଗତ ହେଉଛନ୍ତି ରାଜନ । ବାଚସ୍ପତି ନିର୍ବାଚନରେ ବିଜୟୀ ପାଇଁ ୧୪୫ ବିଧାୟକଙ୍କ ସମର୍ଥନ ଆବଶ୍ୟକ ଥିଲା । କିନ୍ତୁ ବିଜେପି ବିଧାୟକ ରାହୁଲଙ୍କୁ ୧୬୪ ଜଣ ବିଧାୟକଙ୍କ ସମର୍ଥନ ମିଳିଛି ।

Advertisment

ଏକନାଥ ସିନ୍ଦେ ଗୋଷ୍ଠୀ, ବିଜେପି ବିଧାୟକ ଓ ସ୍ୱାଧୀନ ବିଧାୟକଙ୍କୁ ମିଶାଇଲେ ମୋଟ୍ ୧୬୨ ଜଣଙ୍କ ସମର୍ଥନ ମିଳିବ ବୋଲି ଦାବି ହେଉଥିଲା । ଏବେ କିନ୍ତୁ ଆଉ ଦୁଇ ବିଧାୟକଙ୍କ ସମର୍ଥନ ରାହୁଲ ନାର୍ବେକରଙ୍କ ସପକ୍ଷରେ ଯାଇଛି । ଆସନ୍ତାକାଲି ବିଧାନସଭାରେ ବହୁମତ ପରୀକ୍ଷା ହେବ । ଏହାପୂର୍ବରୁ ମହାବିକାଶ ଅଘାଡିର ଦୁଇ ବିଧାୟକ ବିଜେପିର ବାଚସ୍ପତି ପ୍ରାର୍ଥୀଙ୍କୁ ସମର୍ଥନ କରିଛନ୍ତି । ବିଧାନସଭା ବାଚସ୍ପତି ନିର୍ବାଚନ ପାଇଁ ଭୋଟିଂ ବେଳେ ବିଧାୟକ ମାନେ ହୋହାଲ୍ଲା କରିଥିଲେ । ଏହାପରେ ଉପବାଚସ୍ପତି ବିଧାୟକ ମାନଙ୍କୁ ନିଜ ନିଜ ଆସନରେ ଛିଡା ହୋଇ ନିଜ ନିଜର ପ୍ରାର୍ଥୀଙ୍କୁ ସମର୍ଥନ କରିବାକୁ କହିଥିଲେ । ଏହାପରେ ଗଣତି ହୋଇଥିଲା ।