ବ୍ରଜରାଜନଗର ଉପନିର୍ବାଚନ : ଜଗନ୍ନାଥ ମନ୍ଦିରରେ ପୂଜାର୍ଚ୍ଚନା କଲେ, ସମର୍ଥକଙ୍କ ସହ ପ୍ରଚାର ମୈଦାନକୁ ଓହ୍ଲାଇଲେ ରାଧାରାଣୀ ପଣ୍ଡା

95

କନକ ବ୍ୟୁରୋ : ବ୍ରଜରାଜନଗର ଉପନିର୍ବାଚନ ପାଇଁ ତିନି ପ୍ରମୁଖ ରାଜନୈତିକ ଦଳ ପକ୍ଷରୁ ଜୋରଦାର ପ୍ରସ୍ତୁତି ଆରମ୍ଭ ହୋଇଥିବା ବେଳେ ଆଜି ଆନୁଷ୍ଠାନିକ ଭାବେ ବିଜେପି ପ୍ରାର୍ଥୀ ରାଧାରାଣୀ ପଣ୍ଡା ପ୍ରଚାର ଆରମ୍ଭ କରିଛନ୍ତି । ନିଜ ଗାଁ ଲଖନପୁର ବ୍ଲକ ସ୍ଥିତ ଧୁଲୁଣ୍ଡାରୁ ପ୍ରଚାର ଆରମ୍ଭ କରିଛନ୍ତି ।

ପ୍ରଥମେ ଧୁଲୁଣ୍ଡା ଗ୍ରାମର କୂଳଦେବୀ ଓ ଜଗନ୍ନାଥ ମନ୍ଦିରରେ ପୂଜାର୍ଚ୍ଚନା କରି ନିଜ ସମର୍ଥକମାନଙ୍କ ସହ ପ୍ରଚାର ମୈଦାନକୁ ଓହ୍ଲାଇ ଡୋର ଟୁ ଡୋର କ୍ୟାମ୍ପେନିଂ ଆରମ୍ଭ କରିଛନ୍ତି । ସ୍ଥାନୀୟ ଅଞ୍ଚଳର ସମସ୍ୟା ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଲୋକାଭିମୁଖୀ ଯୋଜନାକୁ ଆଧାର କରି ପ୍ରଚାର ମୈଦାନକୁ ଓହ୍ଲାଇବେ ବୋଲି ରାଧାରାଣୀ ପଣ୍ଡା କହିଛନ୍ତି ।