ଧାରଣାରୁ ଓହରିଲେ ବିଜେପି ବିଧାୟକ ପ୍ରାର୍ଥୀ : ସୁରକ୍ଷା ଯୋଗାଇଦେବାକୁ ପ୍ରତିଶ୍ରୁତି ଦେଲେ ଏସଡିପିଓ

93

କନକ ବ୍ୟୁରୋ : ବିଳମ୍ବିତ ରାତିରେ ଧାରଣାରୁ ଓହରିଛନ୍ତି ପଦ୍ମପୁରର ବିଜେପି ବିଧାୟକ ପ୍ରାର୍ଥୀ ପ୍ରଦୀପ ପୁରୋହିତ । ପଦ୍ମପୁର ଥାନା ସମ୍ମୁଖରେ ସେ ଧାରଣାରେ ବସିଥିଲେ । ଏସଡିପିଓ ସୁରକ୍ଷା ବ୍ୟବସ୍ଥା ଯୋଗାଇ ଦେବେ ବୋଲି ପ୍ରତିଶ୍ରୁତି ଦେବା ପରେ ସେ ଧାରଣାରୁ ଓହରିଛନ୍ତି । ବରିହାପାଲିଠାରେ ସେ ଆକ୍ରମଣର ଶିକାର ହୋଇଥିବା ଅଭିଯୋଗ କରି ଥାନା ଆଗରେ ଧାରଣା ଦେଇଥିଲେ । ପ୍ରଚାର ଶେଷ ହେବା ପରେ ସେ ମନ୍ଦିର ଦର୍ଶନ କରିବାକୁ ଯାଇଥିଲେ । କିନ୍ତୁ ସେ ପ୍ରଚାର କରୁଥିବା କହି କିଛି ଘେରିଯାଇଥିଲେ । ଏହାପରେ ଉଭୟ ପକ୍ଷଙ୍କ ମଧ୍ୟରେ ଯୁକ୍ତିତର୍କ ହୋଇଥିଲା ।