କନକ ବ୍ୟୁରୋ : ଉପନିର୍ବାଚନରେ ଦେଖିବାକୁ ମିଳୁଛି ନୂଆ ନୂଆ ଦୃଶ୍ୟ । ବାଲେଶ୍ୱର ଉପନିର୍ବାଚନ ପାଇଁ ପ୍ରଚାର ଚାଲିଥିବାବେଳେ ମଇଦାନରେ ବେଶ ଭାବପ୍ରବଣ ହୋଇ ଉଠିଛନ୍ତି ବିଜେପି ପ୍ରାର୍ଥୀ ମାନସ ଦତ । ମନ୍ତ୍ରୀ ପ୍ରତାପ ଜେନାଙ୍କ ଏକ ମନ୍ତବ୍ୟ ଉପରେ ପ୍ରତିକ୍ରୟା ଦେଇ ସୋସିଆଲ ମିଡିଆରେ ପୋଷ୍ଟ କରି କହିଛନ୍ତି ତାଙ୍କୁ ଅପମାନିତ କର ପଛେ ତାଙ୍କ ଦିବଗଂତ ବାପାଙ୍କୁ ଅପମାନିତ କରାନଯାଉ ।

Advertisment

ସେପଟେ ବିଜେଡି ନେତାଙ୍କୁ ଜନତା ପ୍ରଶ୍ନ କରିବା ପରେ ବିଜେପି ସାଂସଦ ଅପରାଜିତା ପ୍ରଚାର କରିବାକୁ ଯାଇଥିବାବେଳେ ନିଜର କ୍ଷୋଭ ପ୍ରକାଶ କରିଛନ୍ତି ଜନତା । ନେତାମାନଙ୍କୁ ପ୍ରଶ୍ନ ଉପରେ ପ୍ରଶ୍ନ କରି ଚାଲିଛନ୍ତି ଜନତା । ତେବେ ସବୁ ଦଳର ଷ୍ଟାର ପ୍ରଚାରକମାନେ ଏବେ ମୈଦାନକୁ ଓହ୍ଲାଇ ସାରିଛନ୍ତି ।

ଉପନିର୍ବାଚନକୁ ଜୋର ଧରିଛି ପ୍ରଚାର । ଭୋଟରମାନଙ୍କୁ ଆକର୍ଷିତ କରିବାକୁ ୩ ପ୍ରମୁଖ ଦଳ ବିଜେଡି, ବିଜେପି ଓ କଂଗ୍ରେସ ମଧ୍ୟରେ ଜୋରଦାର ଲଢେଇ ଆରମ୍ଭ ହୋଇଛି ।