ଉତ୍ତର ପ୍ରଦେଶ ପାଇଁ ଦ୍ୱିତୀୟ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଘୋଷଣା କଲା ବିଜେପି, ଜାଣନ୍ତୁ କେଉଁଠୁ ଲଢିବେ ଯୋଗୀ

156

କନକ ବ୍ୟୁରୋ : ଉତ୍ତର ପ୍ରଦେଶ ନିର୍ବାଚନ ପାଇଁ ଦ୍ୱିତୀୟ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଘୋଷଣା କରିଛି ବିଜେପି । ଏନେଇ ଦିଲ୍ଲୀ ବିଜେପି କାର୍ଯ୍ୟାଳୟରେ ଏକ ସାମ୍ବାଦିକ ସମ୍ମିଳନୀ କରି ପ୍ରାର୍ଥୀ ତାଲିକା ଘୋଷଣା କରାଯାଇଛି । ସବୁ କଳ୍ପନା ଜଳ୍ପାନାର ଅନ୍ତ ଘଟାଇ ୟୁପି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଗୋରଖପୁର ଆସନରୁ ନିର୍ବାଚନ ଲଢିବେ ବୋଲି କୁହାଯାଇଛ ି । ଅନ୍ୟପଟେ ଉପ ମୁଖ୍ୟମନ୍ତ୍ରୀ କେଶବ ପ୍ରସାଦ ମୌର୍ଯ୍ୟ ସିରାୟୁରୁ ପ୍ରାର୍ଥୀ ହେବେ । ପ୍ରଥମ କୁହାଯାଉଥିଲା କି ଯୋଗୀ ଆଦିତ୍ୟନାଥ ଅଯୋଦ୍ଧାରୁ ନିର୍ବାଚନ ଲଢିବେ । ହେଲେ ପାର୍ଟି ତରଫରୁ ତାଙ୍କୁ ଗୋରଖପୁରରୁ ନିର୍ବାଚନ ଲଢିବାକ ନିର୍ଦ୍ଦେଶ ଦିଆଯାଇଛି ।

କହିରଖୁ କି ପ୍ରଥମ ପର୍ଯ୍ୟାୟରେ ୫୭ ଓ ଦ୍ୱିତୀୟ ପର୍ଯ୍ୟାୟରେ ୪୮ ଆସନ ପାଇଁ ପ୍ରାର୍ଥୀ ତାଲିକା ଘୋଷଣା କରିଛି ବିଜେପି । ଏହି କ୍ରମରେ ଏଥର ୨୧ ଜଣ ନୂଆ ମୁହଁକୁ ପ୍ରାର୍ଥୀ କରିଥିବା ଜଣାପଡିଛି । ଏହି ସାମ୍ବାଦିକ ସମ୍ମିଳନୀରେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଉପସ୍ଥିତ ରହିଥିଲେ । ସେ କହିଥିଷଲ କି ଉତ୍ତର ପ୍ରଦେଶରେ ସବୁଠାରୁ ଅଧିକ ପ୍ରଧାନମନ୍ତ୍ରୀ ପକ୍କାଘର ଯୋଜନାରେ ଘର ନିର୍ମାଣ କରାଯାଇଛି । ଏହାସହ ଯୋଗୀ ସରକାରଙ୍କ ଘର ଘର ବିଜୁଳି ଯୋଜନାରେ ବିଦ୍ୟୁତ ସେବାର ଅନେକ ପରିବର୍ତ୍ତନ ଘଟିଛି । ଅନ୍ୟପଟେ ଆୟୁଷ୍ମାନ ଭାରତ ଯୋଜନାରେ ସବୁଠାରୁ ଅଧିକ ଲାଭ ୟୁପିବାସୀଙ୍କୁ ମିଳିଥିବା କଥା ପ୍ରଧାନ କହିଛନ୍ତି । ଏଭଳି ଗରିବ କଲ୍ୟାଣ ଯୋଜନାଗୁଡିକ କାର୍ଯ୍ୟକାରୀ କରି ମୋଦୀ ସରକାର ଲୋକଙ୍କର ଆସ୍ଥାଭାଜନ ହୋଇପାରିଛି ।