ନିର୍ବାଚନକୁ ନେଇ ରାଜ୍ୟ ବିଜେପି ସଭାପତିଙ୍କ ବଡ ବୟାନ । କହିଲେ, ସବୁ ଆସନରେ ଲଢିବୁ, ଭଲକି ଲଢିବୁ

162

କନକ ବ୍ୟୁରୋ : ରାଜ୍ୟରେ ବିଜେପି-ବିଜେଡି ନେଇ ମେଣ୍ଟ ଚର୍ଚ୍ଚା ଥମିବା ପରେ ଖୁବଶୀଘ୍ର ବିଜେପି ତରଫରୁ ପ୍ରାର୍ଥୀ ଘୋଷଣା ହେବ ବୋଲି ଆକଳନ କରାଯାଇଛି । ଏହାରି ମଧ୍ୟରେ ବିଜେପି ରାଜ୍ୟ ସଭାପତି ମଧ୍ୟ ବୟାନ ରଖିଛନ୍ତି । ସେ କହିଛନ୍ତି କି, ଚଳିତ ନିର୍ବାଚନରେ ରାଜ୍ୟରେ ବିଜେପି ସମସ୍ତ ଆସନରେ ପ୍ରାର୍ଥୀ ଦେଇ ଲେୃଇ କରିବ । ଏହାସହ ଭଲକି ଲଢିବୁ ବୋଲି କହିଛନ୍ତି ମନମୋହନ ସାମଲ । କେବଳ ସେତିକି ନୁହେଁ ଏଥର ରାଜ୍ୟରେ ବିଜେପି ସରକାର ଗଠନ ହେବ । ଦିଲ୍ଲୀରୁ ଫେରି ଏଭଳି ପ୍ରତିକ୍ରିୟା ଦେଇଛନ୍ତି ମନମୋହନ ସାମଲ ।

ଦିଲ୍ଲୀରୁ ଫେରିବା ପରେ ମନମୋହନ କହିଛନ୍ତି କି, କେନ୍ଦ୍ରୀୟ ନେତୃତ୍ୱଙ୍କ ସହ ବିସ୍ତାର ଭାବେ ଚର୍ଚ୍ଚା ଓ ଆଲୋଚନା ହୋଇଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ବିଜେପି ଜାତୀୟ ନିର୍ବାଚନ କମିଟି, ରାଷ୍ଟ୍ରୀୟ ସଭାପତି ଜୟପ୍ରକାଶ ନଡ୍ଡା ଓ ବରିଷ୍ଠ ନେତା ରାଜନାଥ ସିଂଙ୍କ ସହ ରାଜ୍ୟ ବିଜେପିର ସ୍ଥିତି ବିଷୟରେ ସମସ୍ତ ଆଲୋଚନା ହୋଇଛି । ସେମାନେ ଓଡିଶାକୁ ନେଇ ଯେଉଁ ଋଣନୀତି ପ୍ରସ୍ତୁତ କରିବେ ରାଜ୍ୟ ବିଜେପି ସେହି ରଣନୀତି ମୁତାବକ ଆଗାମୀ ନିର୍ବାଚନ ଲଢିବେ ବୋଲି କହିଛନ୍ତି ମନମୋହନ ସାମଲ । ହେଲେ ପ୍ରାର୍ଥୀ ତାଲିକା ନେଇ ପଚରା ଯାଇଥିବା ପ୍ରଶ୍ନର ଉତର ଦେଇ ମନମୋହନ କହିଛନ୍ତି କି, ପ୍ରାର୍ଥୀ ତାଲିକା ଓ କିଏ କେଉଁଠୁ ଲଢିବ ସେ ନେଇ କେନ୍ଦ୍ର ବିଜେପି ସ୍ଥିର କରିବ । ଏହାସହ ଖୁବଶୀଘ୍ର ପ୍ରାର୍ଥୀ ତାଲିକା ଘୋଷଣା ହେବ ବୋଲି ସେ କହିଛନ୍ତି ।