କନକ ବ୍ୟୁରୋ : ଉତ୍ତରପ୍ରଦେଶରେ ଆଜି ଚତୁର୍ଥ ପର୍ଯ୍ୟାୟ ମତଦାନ । ସକାଳ ୭ଟାରୁ ଆରମ୍ଭ ହୋଇଥିବା ଭୋଟ୍ ଗ୍ରହଣ ସଂଧ୍ୟା ୬ଟା ପର୍ଯ୍ୟନ୍ତ ଚାଲିବ । ଏହି ପର୍ଯ୍ୟାୟରେ ଉତ୍ତରପ୍ରଦେଶର ୯ଟି ଜିଲ୍ଲାରେ ୫୯ ବିଧାନସଭା ଆସନ ପାଇଁ ଭୋଟ୍ ଗ୍ରହଣ ହେଉଛି । ମୋଟ୍ ୬୨୪ ଜଣ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ କରିବେ ଭୋଟର । ୨୦୧୭ ନିର୍ବାଚନରେ ବିଜେପି ଏହି ୫୯ଟି ଆସନରୁ ୫୧ଟିରେ ଜିତିଥିଲା ।
୪ଟି ଆସନ ସମାଜବାଦୀ ପାର୍ଟି ବିଜୟୀ ହୋଇଥିଲା । ବିଏସପି ୩ଟି ଆସନ ଓ ବିଜେପି ସହଯୋଗୀ ଆପନା ଦଳ ଗୋଟିଏ ଆସନ ଜିତିଥିଲା । ଚତୁର୍ଥ ପର୍ଯ୍ୟାୟରେ ପ୍ରମୁଖ ପ୍ରାର୍ଥୀମାନେ ହେଉଛନ୍ତି, ଉତ୍ତରପ୍ରଦେଶ ଆଇନମନ୍ତ୍ରୀ ବ୍ରିଜେଶ ପାଠକ । ଅନ୍ୟ ଜଣେ ମନ୍ତ୍ରୀ ଆଶୁତୋଷ ଟାଣ୍ଡନ ଲକ୍ଷ୍ନୌ ପୂର୍ବ ଆସନରୁ ଲଢୁଛନ୍ତି । କଂଗ୍ରେସ ଦଖଲରେ ଥିବା ରାଏବରେଲି ବି ଚଳିତ ପର୍ଯ୍ୟାୟରେ ଭୋଟ୍ ହେଉଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2022/02/1016952-untitled-design-2022-02-23t072058.185.webp)