ବାଲେଶ୍ୱରରେ ବିଜେପି ପ୍ରାର୍ଥୀଙ୍କ ନାମାଙ୍କନ ପତ୍ର ଦାଖଲ । ଭାବବିହ୍ୱଳ ହୋଇଉଠିଲେ ମାନସ ଦତ୍ତ । କଂଗ୍ରେସରେ ବିଧିବଦ୍ଧ ଭାବେ ଯୋଗ ଦେଲେ ମମତା କୁଣ୍ଡୁ, ଆରମ୍ଭ କଲେ ପ୍ରଚାର । ସେପଟେ ତିର୍ତୋଲରେ ରଣନୀତି ପ୍ରସ୍ତୁତ କରୁଛନ୍ତି ବିଜେଡିର ବରିଷ୍ଠ ନେତା ।

209

କନକ ବ୍ୟୁରୋ : ବାଲେଶ୍ୱର ସଦର ବିଧାନସଭା ଆସନ ଉପନିର୍ବାଚନ ପାଇଁ ସରଗରମ ରହିଛି ବାଲେଶ୍ୱର ରାଜନୀତି । ଆରମ୍ଭ ହୋଇଛି ପ୍ରାର୍ଥୀପତ୍ର ଦାଖଲ । ବାପାଙ୍କ ଦେହାନ୍ତ ପରେ ବିଜେପିରୁ ପ୍ରାର୍ଥୀ ହୋଇଥିବା ମାନସ କୁମାର ଦତ୍ତ ଆଜି ପ୍ରାର୍ଥୀ ପତ୍ର ଦାଖଲ କରିଛନ୍ତି । କଂଗ୍ରେସରୁ ପ୍ରାର୍ଥୀ ହୋଇଥିବା ମମତା କୁଣ୍ଡୁ ଦଳରେ ବିଧିବଦ୍ଧ ଭାବେ ଯୋଗ ଦେଇ ପ୍ରଚାର ଅଭିଯାନ ଆରମ୍ଭ କରିଛନ୍ତି । ସେହିପରି ବିଜେଡିରୁ ପ୍ରାର୍ଥୀ ହୋଇଥିବା ସ୍ୱରୂପ କୁମାର ଦାସ ଗୁୁରୁବାର ପ୍ରାର୍ଥୀପତ୍ର ଦାଖଲ କରିବେ ବୋଲି ଜଣାପଡିଛି ।

ତିର୍ତୋଲ ଉପ ନିର୍ବାଚନ ପାଇଁ ଧିରେ ଧିରେ ସ୍ଥାନୀୟ ରାଜନୀତି ସରଗରମ ହେବାରେ ଲାଗିଛି । ତିର୍ତୋଲ ବିଧାନସଭା ଆସନ ପାଇଁ ପ୍ରମୁଖ ତିନି ଦଳର ପ୍ରାର୍ଥୀ ଘୋଷଣା ସରିଥିବା ବେଳେ ଏବେ ସରଗର ହେଉଛି ସ୍ଥାନୀୟ ରାଜନୀତି । ତିର୍ତୋଲ ଉପନିର୍ବାଚନ ପାଇଁ ପ୍ରଚାର ଜୋରଦାର କରିଛି ବିଜେପି । ବିଜେପି ପ୍ରାର୍ଥୀ ରାଜକିଶୋର ବେହେରା ପ୍ରଚାର ଜାରି ରଖିଛନ୍ତି । ଦୁଇ ଦୁଇ ଥର ହାରିଥିବାରୁ ଏଥର ଜିତାଇବା ପାଇଁ ଜନତାଙ୍କୁ ନିବେଦନ କରିଛନ୍ତି ।

ସେପଟେ କଂଗ୍ରେସ ମଧ୍ୟ ପ୍ରଚାରକୁ ଜୋରଦାର କରିଛି । କଂଗ୍ରେସ ପ୍ରାର୍ଥୀ ହିମାଂଶୁ ମଲ୍ଲିକ କହିଛନ୍ତି ୬୧ ଦିନରେ ୬୧ ପଂଚାୟତ ମଧ୍ୟରୁ ଅଧିକାଂଶ ସ୍ଥାନରେ ପହଂଚିସାରିଛନ୍ତି । ଆଉ ଏଠାରେ ଯାହା ବି ବିକାଶ ହୋଇଛି କଂଗ୍ରେସ ଅମଳରେ ହୋଇଛି । ତେଣୁ ଲୋକେ କଂଗ୍ରେସକୁ ବାଛିବେ ବୋଲି ଦୃଢୋକ୍ତି ପ୍ରକାଶ କରିଛନ୍ତି । ସେପଟେ ବରିଷ୍ଠ ବିଜେଡି ନେତା ବୈଠକ କରି ନିର୍ବାଚନ ଲଢ଼ିବା ପାଇଁ ସ୍ୱତନ୍ତ୍ର ରଣନୀତି ପ୍ରସ୍ତୁତି କରୁଛନ୍ତି ।