କନକ ବ୍ୟୁରୋ: ଖଣ୍ଡପଡାରୁ ଜିତିଲେ ବିଜେପି ପ୍ରାର୍ଥୀ ଦୁଷ୍ମନ୍ତ ସ୍ୱାଇଁ । ୭ ହଜାର ୧୨୦ ଭୋଟରେ ଜିତିଲେ ଦୁଷ୍ମନ୍ତ । ବିଜେଡି ପ୍ରାର୍ଥୀ ସାବିତ୍ରୀ ପ୍ରଧାନ ହେଲେ ପରାସ୍ତ । ୨୦୦୦ ମସିହାରୁ ଏହି ଆସନରେ ବିଜେଡିର ଦବଦବା ରହି ଆସିଥିଲା । ହେଲେ ଏହି ଅଭେଦ୍ୟ ଗଡକୁ ଭାଙ୍ଗି ଦେଇଛି ବିଜେପି । ଏହି ଆସନରୁ ଅନୁଭବ ପଟ୍ଟନାୟକ ବିଜେଡି ଟିକେଟ ପାଇଁ ଆଶାୟୀ ଥିଲେ ବି ଏହି ଆସନରୁ ବିଜେଡି ସାବିତ୍ରୀ ପ୍ରଧାନଙ୍କୁ ଟିକେଟ ଦେଇଥିଲା । ହେଲେ ବିଜେପି ଏବେ ଆସନରୁ ବିଜୟୀ ହୋଇଛି ।
ଖଣ୍ଡପଡାରେ ଜିତିଲେ ବିଜେପି ପ୍ରାର୍ଥୀ ଦୁଷ୍ମନ୍ତ ସ୍ୱାଇଁ: ବିଜେଡି ପ୍ରାର୍ଥୀ ସାବିତ୍ରୀ ପ୍ରଧାନ ପରାସ୍ତ
/kanak/media/post_attachments/wp-content/uploads/2024/06/12-4.jpg)
Advertisment
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/12/27/2025-12-27t123421491z-506359015_3114607832035873_6253119802954867050_n-2025-12-27-18-04-21.jpg)