କନକ ବ୍ୟୁରୋ: ରାଉରକେଲା ବିଧାନସଭା ଆସନରେ ବିଜୟୀ ହେଲା ବିଜେଡି । ବିଜେପି ପ୍ରାର୍ଥୀ ଦିଲ୍ଲୀପ ରାୟଙ୍କୁ ହରାଇଲେ ବିଜେଡି ପ୍ରାର୍ଥୀ ଶାରଦା ପ୍ରସାଦ ନାୟକ । ୩ ହଜାର ୫୫୨ ଭୋଟରେ ଦିଲ୍ଲୀପ ରାୟ ପରାସ୍ତ ହୋଇଛନ୍ତି । ଶାରଦା ପ୍ରସାଦ ନାୟକ ୬୪ ହଜାର ୬୬୦ ଭୋଟ ପାଇଥିବା ବେଳେ ଦିଲ୍ଲୀପ ରାୟ ୬୧ ହଜାର ୧୦୮ ଖଣ୍ଡ ଭୋଟ ପାଇଛନ୍ତି । ୨୦୧୪ରେ ଏହି ଆସନରୁ ଦିଲ୍ଲୀପ ରାୟ ବିଜୟୀ ହୋଇଥିବା ବେଳେ ୨୦୧୯ରେ ଶାରଦା ନାୟକ ବିଜୟୀ ହୋଇଥିଲେ । ଏବେ ପୁଣି ଶାରଦା ନାୟକ ବିଜୟୀ ହୋଇ ନିଜ ଗଡ ରକ୍ଷା କରିପାରିଛନ୍ତି ।
ରାଉରକେଲାରୁ ହାରିଲେ ବିଜେପି ପ୍ରାର୍ଥୀ ଦିଲ୍ଲୀପ ରାୟ: ୩ ହଜାର ୫୫୨ ଭୋଟରେ ଜିତିଲେ ବିଜେଡିର ଶାରଦା ପ୍ରସାଦ ନାୟକ
/kanak/media/post_attachments/wp-content/uploads/2024/06/21-1.jpg)
Advertisment
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/12/27/2025-12-27t123421491z-506359015_3114607832035873_6253119802954867050_n-2025-12-27-18-04-21.jpg)