କନକ ବ୍ୟୁରୋ : ବିଜେପୁର ବିଧାନସଭା ଆସନ ପାଇଁ ବିଜେପିର ପ୍ରାର୍ଥୀ ଘୋଷଣା । ବିଜେପୁର ଆସନ ପାଇଁ ସନତ ଗଡତିଆ ନିର୍ବାଚନ ମଇଦାନକୁ ଓହ୍ଲାଇବେ ବୋଲି ଦଳ ଘୋଷଣା କରିଛି । ଦଳ ପକ୍ଷରୁ ଏନେଇ ବିଧିବଦ୍ଧ ଭାବରେ ଘୋଷଣା କରାଯାଉଛି । ତେବେ ପୂର୍ବରୁ ବିଜେପୁର ଆସନରେ ଗତକାଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିଜର ନାମାଙ୍କନ ଦାଖଲ କରିଛନ୍ତି । କିନ୍ତୁ ବିଜେପି ମୁଖ୍ୟମନ୍ତ୍ରୀ ଲଢୁଥିବା ୨ ଟି ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିନଥିଲା । ଗତକାଲି ହିଞ୍ଜିଳି ପାଇଁ ବିଜେପି ପକ୍ଷରୁ ପୀତାମ୍ବର ଆଚାର୍ଯ୍ୟଙ୍କୁ ପ୍ରାର୍ଥୀ ଘୋଷଣା କରିଥିଲା ।
/kanak/media/post_attachments/wp-content/uploads/2019/03/BJP_00000-1.jpg) ତେବେ ବିଜେପୁର ପାଇଁ ଆଜି ସନତଙ୍କ ନାଁରେ ମୋହର ମାରିଛି ବିଜେପି । ସନତ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ଓ କଂଗ୍ରେସର ରିପୁନାଥ ସେଠଙ୍କ ସହ ନିବାର୍ଚନ ଲଢ଼ିବେ । ବିଜେପୁର ଉପନିର୍ବାଚନ ପୂର୍ବରୁ ସନତ ତାଙ୍କ ସମର୍ଥକଙ୍କ ସହ ବିଜେଡି ଛାଡି ବିଜେପିରେ ଯୋଗ ଦେଇଥିଲେ । ତେବେ ୨୦୦୮ରେ ସେ ବିଜେପି ଛାଡି ବିଜେଡିରେ ଯୋଗ ଦେଇଥିଲେ ।ଦୀର୍ଘ ୧୧ ବର୍ଷ ପରେ ପୁଣି ଥରେ ବିଜେପିକୁ ଫେରିଥିଲେ ।
ତେବେ ବିଜେପୁର ପାଇଁ ଆଜି ସନତଙ୍କ ନାଁରେ ମୋହର ମାରିଛି ବିଜେପି । ସନତ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ଓ କଂଗ୍ରେସର ରିପୁନାଥ ସେଠଙ୍କ ସହ ନିବାର୍ଚନ ଲଢ଼ିବେ । ବିଜେପୁର ଉପନିର୍ବାଚନ ପୂର୍ବରୁ ସନତ ତାଙ୍କ ସମର୍ଥକଙ୍କ ସହ ବିଜେଡି ଛାଡି ବିଜେପିରେ ଯୋଗ ଦେଇଥିଲେ । ତେବେ ୨୦୦୮ରେ ସେ ବିଜେପି ଛାଡି ବିଜେଡିରେ ଯୋଗ ଦେଇଥିଲେ ।ଦୀର୍ଘ ୧୧ ବର୍ଷ ପରେ ପୁଣି ଥରେ ବିଜେପିକୁ ଫେରିଥିଲେ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2019/03/Sequence-1-01153924.jpg)