ଆତଙ୍କବାଦୀଙ୍କ ଆକ୍ରମଣରେ ସହିଦ୍ ହୋଇଥିôବା ହେମନ୍ତ କରକରେଙ୍କ ଶ୍ରାଦ୍ଧ ଦିବସରେ ଆପତ୍ତିଜନକ ମନ୍ତବ୍ୟ ଦେଇଥିବା ବିଜେପି ଲୋକସଭା ପ୍ରାର୍ଥୀନୀ ସ୍ୱାଧୀ ପ୍ରଜ୍ଞା ଏବେ ପୁଣି ଏକ ବିବାଦୀୟ ବୟାନ ଦେଇଛନ୍ତି । ସେ ଏବେ ବ୍ରାବୀ ମସଜିଦକୁ ନେଇ ବିବାଦୀୟ ବୟାନ ଦେଇଛନ୍ତି । ସେ କହିଛନ୍ତି ବ୍ରାବୀ ମସଜିଦର ଢାଞ୍ଚା ଭଙ୍ଗାଯିବାରେ ସେ ଅନୁତାପ କରୁନାହାହିଁ ବରଂ ଗର୍ବ କରୁଛନ୍ତି ।
ମଧ୍ୟପ୍ରଦେଶର ଭୋପାଳ ଲୋକସଭା ସିଟର ଟିକେଟରେ କଂଗ୍ରେସର ଦିଗବିଜୟ ସିଂଙ୍କ ବିରୋଧରେ ପ୍ରଜ୍ଞାଙ୍କୁ ପ୍ରାର୍ଥୀ କରିଛି ବିଜେପି । ପୂର୍ବରୁ ଅନେକ ବିବାଦୀୟ ବୟାନ୍ ଦେଇଥିବାରୁ ତାଙ୍କୁ ଜେଲରେ ଲମ୍ବା ସମୟ କାଟିବାକୁ ପଡିଥିଲା । ବର୍ତ୍ତମାନ ବିଜେପି ତାଙ୍କୁ ନିର୍ବାଚନ ଲଢିବା ପାଇଁ ପ୍ରସ୍ତୁତ କରାଉଛି । ସାଧ୍ୱୀଙ୍କୁ ଟିକେଟ୍ ମିଳିବା ପରେ ଅନେକ ବିବାଦ ଘେରକୁ ସେ ଚାଲି ଆସୁଛନ୍ତି । ନିକଟରେ ୨୦୦୮ ମୁମ୍ବାଇ ଆକ୍ରମଣରେ ସହିଦ୍ ହୋଇଥିବା ଏଟିଏସ୍ ମୁଖ୍ୟ ହେମନ୍ତ କରକରେଙ୍କ ଉପରେ ଅଭିଶାପ ଦେଲା ଭଳି କଥା କହି ସେ ବିବାଦକୁ ଡାକି ଆଣିଥିଲେ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2024/12/05/2024-12-05t085615664z-9834a11b-9015-4cfe-ae63-b20008d51374.jpg)
/kanak/media/post_attachments/wp-content/uploads/2019/04/2019_4largeimg19_Apr_2019_204841907.jpg)
/kanak/media/post_attachments/wp-content/uploads/2019/04/babri-demolition-300x140.jpeg)