ନାମାଙ୍କନ ପୂର୍ବରୁ ପିପିଲି ହନୁମାନ ମନ୍ଦିରରେ ପୂଜାର୍ଚ୍ଚନା କଲେ ବିଜେପି ପ୍ରାର୍ଥୀ ଆଶ୍ରିତ ପଟ୍ଟନାୟକ : ପୁରୀରେ ଦାଖଲ କରିବେ ପ୍ରାର୍ଥୀପତ୍ର

ବିଜେଡି ଓ କଂଗ୍ରେସର ପ୍ରାର୍ଥୀ ଘୋଷଣାକୁ ଅପେକ୍ଷା

96

କନକ ବ୍ୟୁରୋ : ପିପିଲି ବିଧାନସଭା ଉପନିର୍ବାଚନରେ ବିଜେପି ପ୍ରାର୍ଥୀ ଆଶ୍ରିତ ପଟ୍ଟନାୟକ ଆଜି କରିବେ ନାମାଙ୍କନ । ନାମାଙ୍କନ ପୂର୍ବରୁ ପିପିଲି ହନୁମାନ ମନ୍ଦିରରେ ପୂଜା କରିଥିଲେ । ତାପରେ ଏକ ବାଇକ ରାଲିରେ ପୁରୀ ଅଭିମୁଖେ ବାହାରିଛନ୍ତି । ସେଠାରେ ବିଜେପିର ନେତା ଓ କର୍ମୀଙ୍କ ଗହଣରେ ଯାଇ ନାମାଙ୍କନ ଦାଖଲ କରିବେ ।

ପ୍ରାର୍ଥୀପତ୍ର ଦାଖଲ ପୂର୍ବରୁ ଆଶ୍ରିତ କହିଛନ୍ତି, ପିପିଲି ଉପନିର୍ବାଚନରେ ବିଜୟୀ ହେବ ଭାରତୀୟ ଜନତା ପାର୍ଟି । ଗତ ନିର୍ବାଚନରେ ମଧ୍ୟ ବିଜେପିର ପ୍ରାର୍ଥୀ ହୋଇଥିଲେ ଆଶ୍ରିତ । ହେଲେ ବିଜେଡି ନେତା ପ୍ରଦୀପ ମହାରଥୀଙ୍କ ଠାରୁ ସେ ହାରି ଯାଇଥିଲେ । ତେବେ ଗତ ନିର୍ବାଚନରେ ମହାରଥୀଙ୍କୁ ସେ କଡ଼ା ଟକ୍କର ଦେଇଥିଲେ ।