ପୁଡୁଚେରିରେ ଫୁଟିପାରେ ପଦ୍ମ । ପଢନ୍ତୁ କଣ କହୁଛି ସି ଭୋଟର ସର୍ଭେ?

255

କନକ ବ୍ୟୁରୋ: ଆସିଲା ଏଗଜିଟ ରିପୋର୍ଟ । ରିପୋର୍ଟ ଅନୁସାରେ ପୁଡୁଚେରୀରେ ସରକାର ଗଢିପାରେ ବିଜେପି । ଏବିପି ଓ ସି ଭୋଟର ସର୍ଭେ ଅନୁଯାୟୀ ପୁଡୁଚେରୀରେ ବିଜେପିକୁ ମିଳିପାରେ ବହୁମତ ।  ମିଳିପାରେ ୧୯ରୁ ୨୩ ଆସନ, କଂଗ୍ରେସ ହାତେଇପାରେ ୬ରୁ ୧୦ ଆସନ ।

ସେହପରି ରିପବ୍ଲିକ ସିଏନଏକ୍ସ ଅନୁସାରେ ବି ପୁଡୁଚେରୀରେ ବିଜେପିକୁ ବହୁମତ ମିଳିପାରେ । ରିପବ୍ଲିକ ସିଏନଏକ୍ସ ସର୍ଭେରେ ବିଜେପିକୁ ୧୬ରୁ ୨୦ ଓ କଂଗ୍ରେସକୁ ୧୧ରୁ ୧୩ ସିଟ ମିଳିପାରେ । ତେବେ ପୁଡୁଚେରୀରେ କିଏ ଜିତିବ ତା ଉପରେ ରହିଛି ସମସ୍ତଙ୍କ ନଜର ।