ତିନି ରାଜ୍ୟରେ ନୂଆ ଚେହେରାଙ୍କୁ ମୁଖ୍ୟମନ୍ତ୍ରୀ କରିପାରେ ବିଜେପି । ରାଜସ୍ଥାନ, ଛତିଶଗଡ଼, ମଧ୍ୟପ୍ରଦେଶକୁ ମିଳିବ ନୂଆ ମୁହଁ

1,304

କନକ ବ୍ୟୁରୋ: ତିନି ରାଜ୍ୟରେ କିଏ ହେବେ ମୁଖ୍ୟମନ୍ତ୍ରୀ? ରାଜସ୍ଥାନ, ଛତିଶଗଡ଼ ଓ ମଧ୍ୟପ୍ରଦେଶରେ କିଏ ସମ୍ଭାଳିବେ ବିଜେପି ମଙ୍ଗ? କାହାକୁ ଏତେ ବଡ଼ ଦାୟିତ୍ୱ ଦେବେ ମୋଦି-ଶାହା ଯୋଡ଼ି? ଏଭଳି କିଛି ପ୍ରଶ୍ନକୁ ନେଇ ଏବେ ଚର୍ଚ୍ଚା ଜୋର ଧରିଥିବା ବେଳେ ଖବର ମିଳୁଛି ଯେ, ବିଜେପି ହାଇକମାଣ୍ଡ ତିନିଟି ଯାକ ରାଜ୍ୟରେ ନୂଆ ଚେହେରାକୁ ଦାୟିତ୍ୱ ଦେବାକୁ ଯାଉଛି ।

ଏନେଇ ଜାତୀୟ ଖବର ସରବରାହ ସଂସ୍ଥା ଏଏନଆଇ ଏକ ଟୁଇଟ୍ କରିଛି । ମଧ୍ୟପ୍ରଦେଶ, ଛତିଶଗଡ଼ ଓ ରାଜସ୍ଥାନରେ ବିପୁଳ ବିଜୟ ହାସଲ କରିଛି ବିଜେପି । ହେଲେ ଏହାପରେ ମୁଖ୍ୟମନ୍ତ୍ରୀ ପଦପାଇଁ ଆଶାୟୀ ନେତାମାନେ ଜୋରଦାର ଲବି କରୁଛନ୍ତି । ରାଜସ୍ଥାନରେ ବସୁନ୍ଧରା ରାଜେ ବିଧାୟକଙ୍କ ସହ ବୈଠକ କରି କେନ୍ଦ୍ରୀୟ ନେତୃତ୍ୱକୁ ବାର୍ତା ଦେବାକୁ ଚେଷ୍ଟା କରିଛନ୍ତି । ସେପଟେ ମଧ୍ୟପ୍ରଦେଶରେ ଶିବରାଜ ସିଂ ଅନ୍ୟ ଏକ ରଣନୀତି ଆପଣାଇଛନ୍ତି । କେନ୍ଦ୍ରୀୟ ନେତୃତ୍ୱ ଯାହା କହିବେ ମାନିନେବେ ବୋଲି କହୁଛନ୍ତି ଶିବରାଜ । ହେଲେ ତାଙ୍କ ସମର୍ଥକଙ୍କ ମଧ୍ୟରେ ଶିବରାଜଙ୍କୁ ମୁଖ୍ୟମନ୍ତ୍ରୀ କରିବାକୁ ଦାବି ତେଜିଛି । ସେପଟେ ଛତିଶଗଡ଼ରେ ରମଣ ସିଂଙ୍କ ନାଁକୁ ନେଇ ପୂର୍ବରୁ ଚର୍ଚ୍ଚା ହୋଇଆସୁଥିଲା । ।

  • କିଏ ହେବେ ତିନି ରାଜ୍ୟର ମୁଖ୍ୟମନ୍ତ୍ରୀ ?
  • ନୂଆ ମୁହଁ ପାଲଟିପାରନ୍ତି ମୁଖ୍ୟମନ୍ତ୍ରୀ ଚେହେରା
  • ଜାତୀୟ ଗଣମାଧ୍ୟମରେ ବଢିଲା ଚର୍ଚ୍ଚା

ମଧ୍ୟପ୍ରଦେଶ

ପୁରୁଣା : ଶିବରାଜ ସିଂ ଚୌହ୍ୱାନ

ନୂଆ : ନରେନ୍ଦ୍ର ସିଂ ତୋମାର, ଜ୍ୟୋତିରାଦିତ୍ୟ ସିନ୍ଧିଆ, କୈଳାସ ବିଜୟବର୍ଗୀୟ, ପ୍ରହ୍ଲାଦ ସିଂ ପଟେଲ,

ରାଜସ୍ଥାନ

ପୁରୁଣା: ବସୁନ୍ଧରା ରାଜେ

ନୂଆ : ବାବା ବାଲକନାଥ, ଦୟାକୁମାରୀ, ଗଜେନ୍ଦ୍ର ସିଂ ଶେଖାୱତ

ଛତିଶଗଡ଼

ପୁରୁଣା : ରମଣ ସିଂ

ନୂଆ : ରେଣୁକା ସିଂ, ଅରୁଣ ସାଓ, ବିଜୟ ବାଘେଲ, ରାମବିଚାର ନେତମ, ଲତା ଉସେଣ୍ଡି