ଆମେରିକା ଗସ୍ତରେ ରାହୁଲ ଗାନ୍ଧୀ । କାଲିଫର୍ଣ୍ଣିଆ ବିଶ୍ୱ ବିଦ୍ୟାଳୟରେ କହିଲେ ବିଜେପିକୁ ପରାସ୍ତ କରିବାର ଉପାୟ

Advertisment
ଆମେରିକା ଗସ୍ତରେ ରାହୁଲ ଗାନ୍ଧୀ । କାଲିଫର୍ଣ୍ଣିଆ ବିଶ୍ୱ ବିଦ୍ୟାଳୟରେ କହିଲେ ବିଜେପିକୁ ପରାସ୍ତ କରିବାର ଉପାୟ

କନକ ବ୍ୟୁରୋ : କଂଗ୍ରେସ ପାର୍ଟିର ବରିଷ୍ଠ ନେତା ରାହୁଲ ଗାନ୍ଧୀ ଏବେ ଆମେରିକା ଗସ୍ତରେ ଅଛନ୍ତି । ଏହି କ୍ରମରେ ସେ କାର୍ଲିଫର୍ଣ୍ଣିଆ ବିଶ୍ୱବିଦ୍ୟାଳୟରେ ଭାରତୀୟ ବଂଶୋଦ୍ଭବଙ୍କୁ ଭେଟି ବିଭିନ୍ନ ପ୍ରସଙ୍ଗରେ ଆଲୋଚନା କରିଛନ୍ତି । ସେ ତାଙ୍କର ଦୀର୍ଘ ଭାଷଣରେ ଅନେକ ପ୍ରସଙ୍ଗ ଉଠାଇଛନ୍ତି । ଏଥିରେ ସେ ବିଶେଷ ଭାବେ ମୋଦୀ ସରକାରକୁ ଟାର୍ଗେଟ୍ କରିଛନ୍ତି । ଏବେ ଏବେ କର୍ଣ୍ଣାଟକ ବିଧାନସଭା ନିର୍ବାଚନରେ ବିଜୟ ପରେ ରାହୁଲ ଗାନ୍ଧୀ ଖୁସି ବ୍ୟକ୍ତ କରିବା ସହ ଆଗାମୀ ଲୋକସଭା ନିର୍ବାଚନରେ ବିଜେପିକୁ କିଭଳି ପରାସ୍ତ କରାଯାଇ ପାରିବ ତା ଉପରେ ଉପାୟ କହିଛନ୍ତି । ସେ କହିଛନ୍ତି କି ୨୦୨୪ ଲୋକସଭା ନିର୍ବାଚନରେ ବିଜେପିକୁ ପରାସ୍ତ କରାଯାଇ ପାରିବ । ହେଲେ ଏଥିପାଇଁ ଭାରତର ସମସ୍ତ ବିଜେପି ବିରୋଧୀ ରାଜନୈତିକ ଦଳମାନେ ଏକାଠି ହେବାକୁ ସେ ଆହ୍ୱାନ କରିଛନ୍ତି ।

ରାହୁଲ ଗାନ୍ଧୀ ଆମେରିକାରେ ଥିବା ଭାରତୀୟମାନଙ୍କ ସହ ଆଲୋଚନା କରିବା କ୍ରମରେ କହିଛନ୍ତି କି, କଂଗ୍ରେସ ଏବେ ଭାରତରେ ସରକାର ବଦଳାଇବା ଦିଗରେ କାମ କରୁଛି । ହେଲେ କେନ୍ଦ୍ର କ୍ଷମତାରେ ଥିବା ବିଜେପିକୁ ପରାସ୍ତ କରିବାକୁ ହେଲେ ବିରୋଧୀଦଳମାନେ ଉଚିତ୍ ଢଙ୍ଗରେ ମେଣ୍ଟ କରି ବିଜେପିକୁ ଘେରିବାର ଆବଶ୍ୟକତା ରହିଛି । ମଙ୍ଗଳବାର ଦିନ ସାନ୍ତାକ୍ରୁଜ ସ୍ଥିତ କାଲିଫର୍ଣ୍ଣିଆ ବିଶ୍ୱବିଦ୍ୟାଳୟର ସିଲିକନ ଭେଲି କ୍ୟାମ୍ପସରେ ଆୟୋଜିତ କାର୍ଯ୍ୟକ୍ରମରେ ଉପସ୍ଥିତ ଅତିଥି ଓ ଦର୍ଶକଙ୍କ ପ୍ରଶ୍ନର ଜବାବ ଦେଇ ରାହୁଲ ଗାନ୍ଧୀ କହିଛନ୍ତି କି ‘ମୁଁ ସ୍ପଷ୍ଟ ଭାବେ ବିଜେପିର ଦୋଷ ଦୁର୍ବଳତାକୁ ଦେଖିପାରୁଛି, ଏଣୁ ମୁଁ ଆଶା କରୁଛି କି ବିଜେପିକୁ କ୍ଷମତାରୁ ବାହାର କରାଯାଇପାରିବ’

ସେପଟେ କର୍ଣ୍ଣାଟକ ବିଜୟକୁ କଂଗ୍ରେସର ବଡ ବିଜୟ ବୋଲି ସେ କହିଛନ୍ତି । ଏନେଇ ଦଳ ଦୀର୍ଘଦିନ ଧରି କାମ କରୁଥିବାରୁ ବିଜେପି କଂଗ୍ରେସର ଲୋକ ପ୍ରିୟତା ଉପରେ ପ୍ରଭାବ ପକାଇ ପାରିଲା ନାହିଁ ବୋଲି ସେ କହିଛନ୍ତି । ଏହା ସହ ରାହୁଲ ଗାନ୍ଧୀ କହିଛନ୍ତି କି ‘ଭାରତ ଯୋଡ’ ଯାତ୍ରାକୁ ବିଜେପି ଅଟକାଇବାକୁ ଚେଷ୍ଟା କରିଥିଲା , ହେଲେ ଜନତାଙ୍କ ସମର୍ଥନ ଥିବାରୁ ବିଜେପି ସଫଳ ହୋଇପାରିନଥିଲା ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe