ବନ୍ଦ ଯୋଗୁଁ ଖାଁ ଖାଁ ଅର୍କକ୍ଷେତ୍ର ! ବଙ୍ଗୀୟ ଯୁବତୀଙ୍କୁ ଗଣଦୁଷ୍କର୍ମ ମାମଲାରେ ଅଭିଯୁକ୍ତଙ୍କୁ ଗିରଫ ଦାବିରେ ବିଜେପି ମହିଳା ମୋର୍ଚ୍ଚାର ୧୨ଘଂଟିଆ କୋଣାର୍କ ବନ୍ଦ ଡାକରା

ବନ୍ଦ ଯୋଗୁଁ ଖାଁ ଖାଁ ଅର୍କକ୍ଷେତ୍ର ! ବଙ୍ଗୀୟ ଯୁବତୀଙ୍କୁ ଗଣଦୁଷ୍କର୍ମ ମାମଲାରେ ଅଭିଯୁକ୍ତଙ୍କୁ ଗିରଫ ଦାବିରେ ବିଜେପି ମହିଳା ମୋର୍ଚ୍ଚାର ୧୨ଘଂଟିଆ କୋଣାର୍କ ବନ୍ଦ ଡାକରା

କନକ ବ୍ୟୁରୋ:ଆଜି ବିଜେପି ମହିଳା ମୋର୍ଚ୍ଚା ପକ୍ଷରୁ ୧୨ ଘଣ୍ଟିଆ କୋଣାର୍କ ବନ୍ଦ ଡାକାରା ଦିଆଯାଇଛି। ବଙ୍ଗୀୟ ଯୁବତୀଙ୍କୁ ଗଣଦୁଷ୍କର୍ମ ପ୍ରତିବାଦରେ ସକାଳ ୬ଟାରୁ ସନ୍ଧ୍ୟା ୬ଟା ଯାଏ ଦିଆଯାଇତିବା ଏହି ୧୨ ଘଣ୍ଟିଆ ବନ୍ଦ ଡାକରା ଯୋଗୁଁ କୋଣାର୍କର ଦୋକାନବଜାର ବନ୍ଦ ରହିଛି। କୋଣାର୍କ ବନ୍ଦ ଯୋଗୁଁ ପର୍ଯ୍ୟଟକମାନେ କୋଣାର୍କ ସୂର୍ଯ୍ୟମନ୍ଦିର ପରିଦର୍ଶନରେ ଆସି ପାରୁ ନ ଥିବାରୁ ସମଗ୍ର ସୂର୍ଯ୍ୟମନ୍ଦିର ଖାଁ ଖାଁ ଲାଗୁଛି।

publive-image

ମହିଳା ମୋର୍ଚ୍ଚା ରାଜ୍ୟ ସଭାନେତ୍ରୀ ପ୍ରଭାତି ପରିଡ଼ାଙ୍କ ନେତୃତ୍ୱରେ ୧୨ ଘଣ୍ଟିଆ କୋଣାର୍କ ବନ୍ଦ ଡାକାରା ଯୋଗୁଁ ଗାଡ଼ି ଚଳାଚଳ ବନ୍ଦ ରହିଛି କୋଣାର୍କରୁ ପୁରୀ, କୋଣାର୍କ-ଭୁବନେଶ୍ୱର, କୋଣାର୍କରୁ କାକଟପୁର ରାସ୍ତା ଅବରୋଧ ବନ୍ଦ ଯୋଗୁଁ ସହର ମଧ୍ୟକୁ ଗାଡ଼ି ଆସି ପାରୁନାହିଁ। ତୁରନ୍ତ କୋଣାର୍କରେ ବଙ୍ଗୀୟ ଯୁବତୀଙ୍କୁ ଗଣ ଦୁଷ୍କର୍ମ ଘଟଣାର ମୁଖ୍ୟ ଅଭିଯୁକ୍ତଙ୍କୁ ଗିରଫ କରିବା ଦାବି କରିଛି ମହିଳା ମୋର୍ଚ୍ଚା।

publive-imageଯଦି ତୁରନ୍ତ ଅଭିଯୁକ୍ତଙ୍କୁ ଗିରଫ କରା ନ ଯାଏ ତେବେ ମହଳା ମୋର୍ଚ୍ଚା ଆନ୍ଦୋଳନକୁ ଆହୁରି ଜୋରଦାର କରିବ ବୋଳି ଶ୍ରୀମତୀ ପରିଡ଼ା କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe