ଜଗନ୍ନାଥଙ୍କ ଦର୍ଶନ କଲେ କେନ୍ଦ୍ରାପଡା ସାଂସଦ ପ୍ରାର୍ଥୀ ବୈଜୟନ୍ତ ପଣ୍ଡା । ମହାପ୍ରଭୁଙ୍କ ଆଶୀର୍ବାଦ ନେଇ ଓହ୍ଲାଇଲେ ପ୍ରଚାର ମଇଦାନକୁ

102

କନକ ବ୍ୟୁରୋ : ପୁରୀରେ ବିଜେପି କେନ୍ଦ୍ରାପଡା ସାଂସଦ ପ୍ରାର୍ଥୀ ବୈଜୟନ୍ତ ପଣ୍ଡା । ନାଁ ଘୋଷଣା ହେବା ପରେ ଶ୍ରୀମନ୍ଦିର ଯାଇ ମହାପ୍ରଭୁଙ୍କ ଦର୍ଶନ କରିଛନ୍ତି । ପୁରୀ ବିଜେପି ସାଂସଦ ପ୍ରାର୍ଥୀ ସମ୍ବିତ ପାତ୍ର ମଧ୍ୟ ବୈଜୟନ୍ତଙ୍କ ସହ ଯାଇ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଆଶିଷ ନେଇଛନ୍ତି । ଲୋକସଭା ପ୍ରାର୍ଥୀ ଭାବେ ନାଁ ଘୋଷଣା ହେବା ପରେ ଗତକାଲି କେନ୍ଦ୍ରାପଡାରେ ପହଁଚି ଶ୍ରୀବଳଦେବଜିଉଙ୍କ ଦର୍ଶନ କରିଥିଲେ । ଏହାପରେ କେନ୍ଦ୍ରପଡାରେ ଏକ ବିଶାଳ ରାଲିରେ ସାମିଲ ହୋଇଥିଲେ ।

ଆଜି ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଦର୍ଶନ କରି ସିଧାସଳଖ ପ୍ରଚାର ମଇଦାନକୁ ଓହ୍ଲାଇବେ ବୈଜୟନ୍ତ । କେନ୍ଦ୍ରାପଡାରେ ବିଜେପି ଲୋକସଭା ପ୍ରାର୍ଥୀ ବୈଜୟନ୍ତ ପଣ୍ଡା ରହିଥିବାବେଳେ ତାଙ୍କ ବିରୋଧରେ ବିଜେଡି ପ୍ରାର୍ଥୀ ହୋଇଛନ୍ତି ଅଂଶୁମାନ ମହାନ୍ତି ।