ଆଠଗଡ଼ରେ ବିଜେପି-ବିଜେଡି ସମର୍ଥକ ମୁହାଁମୁହିଁ । ବିଜେପି କର୍ମୀଙ୍କ ବିରୋଧରେ ମାମଲା ରୁଜୁ ।

213

କନକ ବ୍ୟୁରୋ: ଆଠଗଡ଼ରେ ବିଜେପି-ବିଜେଡି ସମର୍ଥକ ମୁହାଁମୁହିଁ । ଆଠଗଡ଼ ବ୍ଲକ ୩ ନମ୍ବର ଜୋନରେ ଆଠଗଡ଼ ବିଜେପି ପକ୍ଷରୁ ବିଧାୟକ ପ୍ରାର୍ଥୀ ଅଭୟ ବାରିକ ସମର୍ଥକଙ୍କ ସହ ରାଲିରେ ଯାଉଥିଲେ । ଏହି ସମୟରେ ଅନନ୍ତପୁର ପଞ୍ଚାୟତ ଠାରେ କିଛି ବିଜେଡି ସମର୍ଥକ ଅଭୟଙ୍କ ରାଲିକୁ ରୋକିଥିବା ଅଭିଯୋଗ ହୋଇଛି । ଫଳରେ ଦୁଇ ଦଳ ମଧ୍ୟରେ ମୁହାଁମୁହିଁ ପରିସ୍ଥିତି ଦେଖିବାକୁ ମିଳିଛି । ୨ ଦଳର ସମର୍ଥକ ହାତାହାତି ହୋଇଥିଲେ । ଏ ନେଇ ଖୁଂଟୁଣୀ ଥାନାରେ ଅଭିଯୋଗ କରିଥିଲେ ବିଜେପି ସମର୍ଥକ । ତେବେ ଖୁଂଟୁଣୀ ପୁଲିସ କୌଣସି କାର୍ଯ୍ୟାନୁଷ୍ଠାନ ନେଇନଥିବା ବିଜେପି ଅଭିଯୋଗ କରିଛି । ଯାହା ପରେ ଅଭୟ ବାରିକ ଓ କଟକ ଜିଲ୍ଲା ବିଜେପି ସଭାପତି ରାମନାରାୟଣ ମହାନ୍ତି, ନିଜ ସମର୍ଥକଙ୍କ ସହ ଥାନା ଘେରାଉ କରିଛନ୍ତି ।

ଅନ୍ୟ ପକ୍ଷରେ ବିଜେଡି କର୍ମୀ କାଉଣ୍ଟର ଏଫଆଇଆର ଦେବାକୁ ଆସୁଥିବାବେଳେ ଖୁଂଟୁଣୀ ଥାନା ସମ୍ମୁଖରେ ଉଭୟ ପକ୍ଷ ଉଭୟ ପକ୍ଷକୁ ଢେଲାମାଡ କରିଥିଲେ । ଏପରିକି ଗାଡି ଭଙ୍ଗାରୁଜା ବି ହୋଇଛି । ପୁଲିସ ପହଞ୍ଚିି ପରିସ୍ଥିତିକୁ ନିୟନ୍ତ୍ରଣ କରିଛି । ବିଜେଡି ବି ବିଜେପି ବିରୋଧରେ ଏଫଆଇଏର ଦେଇଛି ।