ସୁନ୍ଦରଗଡରୁ ରାଜନେତାଙ୍କ ସୌହାର୍ଦ୍ଦ୍ୟର ଚିତ୍ର: ନାମାଙ୍କନ ଦାଖଲ ବେଳେ ହସି ହସି କଥା ହେଲେ, ପାଖାପାଖି ବସିଲେ ଜୁଏଲ ଓ ସୁନୀତା

କେନ୍ଦ୍ରମନ୍ତ୍ରୀଙ୍କୁ ଆର୍ଶୀବାଦ ମାଗିଲେ ବିଜେଡି ଲୋକସଭା ପ୍ରାର୍ଥୀ, ଲଢେଇ ପାଇଁ ଶୁଭେଚ୍ଛା ଜଣାଇଲେ ବିଜେପି ପ୍ରାର୍ଥୀ ଜୁଏଲ ଓରାମ

318

କନକ ବ୍ୟୁରୋ: ସୁନ୍ଦରଗଡରୁ ରାଜନେତାଙ୍କ ସୌହାର୍ଦ୍ଦ୍ୟର ଚିତ୍ର । ପରସ୍ପର ବିରୋଧରେ ନିର୍ବାଚନ ଳଢିବାକୁ ଯାଉଥିବା ବେଳେ ଦୁଇ ପ୍ରତିଦ୍ୱନ୍ଦୀ ପ୍ରାର୍ଥୀଙ୍କ ପରସ୍ପର ସହ ଏଭଳି କଥାବାର୍ତା ଓ ଶୁଭେଚ୍ଛା ରାଜ୍ୟ ରାଜନୀତିରେ ନୂଆ ଟ୍ରେଣ୍ଡ ସୃଷ୍ଟି କରିଛି । ଗତକାଲି ବରଗଡରେ ବି ଏଭଳି ଚିତ୍ର ଦେଖିବାକୁ ମିଳିଥିଲା । ନାମାଙ୍କନ ଦାଖଲ ବେଳେ ହସି ହସି କଥା ହେଲେ , ପାଖାପାଖି ବସିଲେ ଜୁଏଲ ଓରାମ ଓ ସୁନୀତା ବିଶ୍ୱାଳ । ଏପରିକି କେନ୍ଦ୍ରମନ୍ତ୍ରୀଙ୍କୁ ଆର୍ଶୀବାଦ ମାଗିଲେ ବିଜେଡି ଲୋକସଭା ପ୍ରାର୍ଥୀ ।

ସେପଟେ ଲଢେଇ ପାଇଁ ଶୁଭେଚ୍ଚା ଜଣାଇଲେ ବିଜେପି ପ୍ରାର୍ଥୀ ଜୁଏଲ ଓରାମ । ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ପ୍ରାର୍ଥୀପତ୍ର ଦାଖଲର ଆଜି ଶେଷଦିନ ହୋଇଥବାବେଳେ ସୁନ୍ଦରଗଡ ଲୋକସଭା ଆସନ ପାଇଁ ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି କେନ୍ଦ୍ରମନ୍ତ୍ରୀ ଜୁଏଲ ଓରାମ । ବିଜେଡି ପ୍ରାର୍ଥ ସୁନୀତା ବିଶ୍ୱାଳ ବି ପ୍ରାର୍ଥପତ୍ର ଦାଖଲ କରିଛନ୍ତି । ଆଜି ସୁନ୍ଦରଗଡରେ ଉଭୟ ପ୍ରାର୍ଥୀପତ୍ର ଦାଖଲ କରୁଥିବାବେଳେ ସେଠାରେ ଏହିଭଳି ସୌହାର୍ଦ୍ଦ୍ୟର ଚିତ୍ର ଦେଖିବାକୁ ମିଳିଥିଲା ।

କେନ୍ଦ୍ରମନ୍ତ୍ରୀ ଜୁଏଲ ଓରାମ ଓ ବିଜେଡି ପ୍ରାର୍ଥୀ ସୁନୀତା ବିଶ୍ୱାଳ ପରସ୍ପର ହସି ହସି କଥା ହେବା ସହ ପାଖାପାଖି ବସିଥିଲେ । ଏପରିକି କେନ୍ଦ୍ରମନ୍ତ୍ରୀଙ୍କ ଠାରୁ ଆଶୀର୍ବାଦ ମାଗିଥିଲେ ସୁନୀତା । ଆଉ ଲଢେଇ ପାଇଁ ଶୁଭେଚ୍ଛା ବି ଜଣାଇଥିଲେ ଜୁଏଲ ଓରାମ । ସୁନ୍ଦରଗଡରେ କେନ୍ଦ୍ରମନ୍ତ୍ରୀ ଜୁଏଲଓରାମ ବିଜେପି ପ୍ରାର୍ଥୀ ହୋଇଥିବାବେଳେ ବିଜେଡିରୁ ପ୍ରାର୍ଥୀ ହୋଇଛନ୍ତି ସୁନୀତା ବିଶ୍ୱାଳ ଓ କଂଗ୍ରେସରୁ ପ୍ରାର୍ଥୀ ହୋଇଛନ୍ତି ଜର୍ଜ ତିର୍କୀ ।