ନାଚିଲେ ଶ୍ରୀମୟୀ, ଭିଜିଲେ ଅପରାଜିତା । ବିଜେଡି ବିଜେପି ମେଣ୍ଟ ଦ୍ୱନ୍ଦ୍ୱ ଭିତରେ ନିଜ ନିଜ ସ୍ତରରେ ପ୍ରଚାର ଚଳାଇଛନ୍ତି ନେତା

2,303

କନକ ବ୍ୟୁରୋ : ବିଜେପି-ବିଜେଡି ମେଣ୍ଟକୁ ନେଇ ଗୋଟିଏ ପଟେ ସସପେନ୍ସ ଜାରି ରହିଥିବା ବେଳେ ଏପଟେ କିନ୍ତୁ ଦୁଇ ଦଳର ନେତାମାନେ ପ୍ରଚାର ଆରମ୍ଭ କରିଛନ୍ତି । ନିର୍ବାଚନ ପାଇଁ ତାରିଖ ଘୋଷଣା ହେବା ସହ ଆଚରଣ ବିଧି ଲାଗୁ ହୋଇସାରିଛି । କିନ୍ତୁ ମେଣ୍ଟ ଚର୍ଚ୍ଚା ଯୋଗୁଁ ଏପର୍ଯ୍ୟନ୍ତ ଉଭୟ ବିଜେଡି ଓ ବିଜେପି ପ୍ରାର୍ଥୀ ଘୋଷଣା କରିନାହାନ୍ତି । ଏପରିକି କଂଗ୍ରେସ ମଧ୍ୟ ତା’ର ପ୍ରାର୍ଥୀ ତାଲିକା ଜାରି କରିନାହିଁ । ଏହାରି ଭିତରେ ଲୋକଙ୍କ ସହ ଯୋଡ଼ି ହେବାକୁ ପ୍ରାଣମୂର୍ଚ୍ଛା ଉଦ୍ୟମ ଆରମ୍ଭ କରିଦେଇଛନ୍ତି ନେତା ।

ଗୋଟିଏ ପଟେ ଭୁବନେଶ୍ୱର ସାଂସଦ ଅପରାଜିତା ଷଡଙ୍ଗୀ । ଅନ୍ୟପଟେ ବିଜେଡିର ଭୁବନେଶ୍ୱର ପର୍ଯ୍ୟବେକ୍ଷକ ଶ୍ରୀମୟୀ ମିଶ୍ର ପ୍ରଚାରକୁ ଜୋରଦାର କରିଛନ୍ତି । ଭୁବନେଶ୍ୱରର ନିଳାଦ୍ରୀବିହାରରେ ଆୟୋଜିତ ଆଦିବାସୀଙ୍କ ବାହା ବଙ୍ଗା ପର୍ବରେ ସାମିଲ ହୋଇଥିଲେ ଶ୍ରୀମୟୀ । ଆଦିବାସୀ ମହିଳାଙ୍କ କାନ୍ଧରେ କାନ୍ଧ ମିଶାଇ ନାଚିବାର ଦୃଶ୍ୟ ସାମ୍ନାକୁ ଆସିଛି । ତାଙ୍କ ସହ ସ୍ଥାନୀୟ ବିଧାୟକମାନେ ମଧ୍ୟ ବୁଲୁଥିବା ଦେଖିବାକୁ ମିଳିଛି ।

ସେହିପରି ଖରା, ବର୍ଷାକୁ ଖାତିର ନକରି ଭୁବନେଶ୍ୱର ସାଂସଦ ଅପରାଜିତା ଷଡଙ୍ଗୀ ରାଜଧାନୀର ବିଭିନ୍ନ ସ୍ଥାନରେ ଭିଜି ଭିଜି ଲୋକଙ୍କୁ ଭେଟୁଛନ୍ତି । ଜଟଣୀ ଓ ଏକାମ୍ର ଭୁବନେଶ୍ୱର ନିର୍ବାଚନ ମଣ୍ଡଳୀ ଅଞ୍ଚଳରେ ଅନୁଷ୍ଠିତ ଲୋକସମ୍ପର୍କ ପଦଯାତ୍ରାରେ ସାମିଲ ହୋଇଥିଲେ ଅପରାଜିତା । ତାଙ୍କ ସହ ନିର୍ବାଚନ ମଣ୍ଡଳୀର ବିଜେପିର ବହୁ କର୍ମୀ ମଧ୍ୟ ସାମିଲ ହୋଇଥିଲେ