ପାରାଦୀପରେ ବିଜେଡି-ବିଜେପି ମୁହାଁମୁହିଁ । ବିଜେପିର ଗଣଧାରଣା ବେଳେ ସେହି ସ୍ଥାନରେ ସଭା ଓ ରାଲି ପାଇଁ ବିଜେଡିକୁ ମିଳିଥିଲା ଅନୁମତି, ପୌରପରିଷଦ କାର୍ଯ୍ୟାଳୟ ସମ୍ମୁଖରେ ଉତ୍ତେଜନା ।

330

କନକ ବ୍ୟୁରୋ : ଗୋଟିଏ ସ୍ଥାନରେ ଗଣଧାରଣା ଓ ସମାବେଶକୁ ନେଇ ପାରାଦୀପରେ ମୁହାଁମୁହିଁ ହୋଇଛନ୍ତି ବିଜେଡି ଓ ବିଜେପି । ଖବର ଅନୁସାରେ, ନଭେମ୍ବର ପହିଲାରୁ ପୌରପରିଷଦ କାର୍ଯ୍ୟାଳୟ ସାମ୍ନାରେ ବିଜେପିର ଗଣଧାରଣା ଚାଲିଛି । କଳିଙ୍ଗ ବାଲିଯାତ୍ରା ଟେଣ୍ଡର ପ୍ରକ୍ରିୟାରେ ଅନିୟମିତତା ହୋଇଥିବା ଅଭିଯୋଗରେ ବିଜେପି ଏହି ଧାରଣା ଚଳାଇଛି ।

ସେପଟେ ସେହି ଗୋଟିଏ ସ୍ଥାନରେ ମହାପ୍ରଗତି ସମାବେଶ ପାଇଁ ବିଜେଡିକୁ ପ୍ରଶାସନ ଅନୁମତି ଦେଇଥିବାରୁ ଉଭୟ ଦଳ ମଧ୍ୟରେ ମୁହାଁମୁହିଁ ପରିସ୍ଥିତି ସୃଷ୍ଟି ହୋଇଛି । ଘଟଣାସ୍ଥଳରେ ୩ ପ୍ଲାଟୁନ ଫୋର୍ସ ମୁତୟନ ହୋଇଛନ୍ତି ।

Comments are closed.