କନକ ବ୍ୟୁରୋ : ଗୋଟିଏ ସ୍ଥାନରେ ଗଣଧାରଣା ଓ ସମାବେଶକୁ ନେଇ ପାରାଦୀପରେ ମୁହାଁମୁହିଁ ହୋଇଛନ୍ତି ବିଜେଡି ଓ ବିଜେପି । ଖବର ଅନୁସାରେ, ନଭେମ୍ବର ପହିଲାରୁ ପୌରପରିଷଦ କାର୍ଯ୍ୟାଳୟ ସାମ୍ନାରେ ବିଜେପିର ଗଣଧାରଣା ଚାଲିଛି । କଳିଙ୍ଗ ବାଲିଯାତ୍ରା ଟେଣ୍ଡର ପ୍ରକ୍ରିୟାରେ ଅନିୟମିତତା ହୋଇଥିବା ଅଭିଯୋଗରେ ବିଜେପି ଏହି ଧାରଣା ଚଳାଇଛି ।
ସେପଟେ ସେହି ଗୋଟିଏ ସ୍ଥାନରେ ମହାପ୍ରଗତି ସମାବେଶ ପାଇଁ ବିଜେଡିକୁ ପ୍ରଶାସନ ଅନୁମତି ଦେଇଥିବାରୁ ଉଭୟ ଦଳ ମଧ୍ୟରେ ମୁହାଁମୁହିଁ ପରିସ୍ଥିତି ସୃଷ୍ଟି ହୋଇଛି । ଘଟଣାସ୍ଥଳରେ ୩ ପ୍ଲାଟୁନ ଫୋର୍ସ ମୁତୟନ ହୋଇଛନ୍ତି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2019/11/BJDBJP.jpg)