ବ୍ରଜରାଜନଗର ଉପନିର୍ବାଚନ : ଆଜି ପ୍ରାର୍ଥିପତ୍ର ଦାଖଲର ଶେଷ ଦିନ; ନାମାଙ୍କନ ଦାଖଲ କରିବେ ତିନି ଦଳର ପ୍ରାର୍ଥୀ

ବ୍ରଜରାଜନଗର ଉପନିର୍ବାଚନ : ଆଜି ପ୍ରାର୍ଥିପତ୍ର ଦାଖଲର ଶେଷ ଦିନ; ନାମାଙ୍କନ ଦାଖଲ କରିବେ ତିନି ଦଳର ପ୍ରାର୍ଥୀ

କନକ ବ୍ୟୁରୋ : ଆଜି ବ୍ରଜରାଜନଗର ବିଧାନସଭା ଆସନ ପାଇଁ ପ୍ରାର୍ଥୀପତ୍ର ଦାଖଲ କରିବାର ଶେଷ ଦିନ । ତେଣୁ ସମସ୍ତ ଆଶାୟୀ ପ୍ରାର୍ଥୀ ଆଜି ନାମାଙ୍କନ ଦାଖଲ କରିବେ । ବିଜେଡିରୁ ଦିବଂଗତ ବିଧାୟକ କିଶୋର ମହାନ୍ତିଙ୍କ ସ୍ତ୍ରୀ ଅଳକା ମହାନ୍ତି ପ୍ରାର୍ଥୀପତ୍ର ଦାଖଲ କରିବେ । ବେହେରାମାଳ ଛକଠାରୁ ପ୍ରାର୍ଥୀମାନେ ପୃଥକ ଭାବେ ଶୋଭାଯାତ୍ରା କରିବେ । ପରେ ଉପଜିଲ୍ଲାପାଳଙ୍କ ପାଖରେ ପ୍ରାର୍ଥୀପତ୍ର ଦାଖଲ କରିବେ ।

ବିଜେଡିର ବରିଷ୍ଠ ମନ୍ତ୍ରୀ ସୁଶାନ୍ତ ସିଂହ, ସ୍ୱାସ୍ଥ୍ୟମନ୍ତ୍ରୀ ନବ କିଶୋର ଦାସ, ମନ୍ତ୍ରୀ ନିରଞ୍ଜନ ପୂଜାରୀ, ମନ୍ତ୍ରୀ ଟୁକୁନି ସାହୁ, ସାଂଗଠନିକ ଦାୟିତ୍ୱରେ ଥିବା ପ୍ରଣବ ପ୍ରକାଶ ଦାସ, ବିଧାୟିକା ସ୍ନେହାଙ୍ଗିନି ଛୁରିଆ, ଜିଲ୍ଲାର ପର୍ଯ୍ୟବେକ୍ଷକ ତଥା କଟକ ମେୟର ସୁବାସ ସିଂ ପ୍ରମୁଖ ଦଳୀୟ ପ୍ରାର୍ଥୀଙ୍କ ନାମାଙ୍କନ ଦାଖଲ ସମୟରେ ଉପସ୍ଥିତ ରହିବେ । ସେହିପରି ବିଜେପିରୁ ରାଧାରାଣୀ ପଣ୍ଡା ଏବଂ କଂଗ୍ରେସରୁ କିଶୋର ପଟେଲ ଆଜି ନାମାଙ୍କନ ଦାଖଲ କରିବେ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Subscribe