ଭୁବନେଶ୍ୱରରୁ ଦିଲ୍ଲୀ- ଦୁଇ ରାଜଧାନୀରେ ଘନଘନ ମିଟିଂ ବଢାଇଲା ମେଣ୍ଟ ସମ୍ଭାବନା । କାଲି NDAର ବୈଠକ, ନବୀନ ନିବାସରେ ବି ବୈଠକ !

144

କନକ ବ୍ୟୁରୋ: ମେଣ୍ଟ ଚର୍ଚ୍ଚା ଭିତରେ ଆଜି ଯେତେବେଳେ ଦିଲ୍ଲୀ ସ୍ଥିତ ଶାହାଙ୍କ ବାସଭବନରେ ଜରୁରୀ ବୈଠକ ବସିଛି ସେତେବେଳେ ମେଣ୍ଟ ଚର୍ଚ୍ଚା ଆଜି ହିଁ ଫର୍ଚ୍ଚା ହୋଇପାରେ ବୋଲି ସମ୍ଭାବନା ଦେଢଗୁଣା ବଢି ଯାଇଛି । ଆଉ ଏତିକି ବେଳେ ଆସନ୍ତାକାଲିକୁ ନେଇ ଦୁଇ ଦୁଇଟି ଘଟଣାକ୍ରମ ରାଜନୀତିର ଏ ହଲଚଲକୁ ଆହୁରି ଚହଲାଇ ଦେଇଛି ।

ପ୍ରଥମତଃ କାଲି ଏନଡିଏର ବୈଠକ ଅଛି । ଦ୍ୱିତୀୟତଃ ଆସନ୍ତାକାଲି ନବୀନ ନିବାସରେ ବୈଠକ ଅଛି । ଅର୍ଥାତ ଆଜିର ଶାହାଙ୍କ ବୈଠକ ଏବଂ ଆସନ୍ତାକାଲି ହେବାକୁ ଥିବା ୨ ବୈଠର କେଉଁଠି ନା କେଉଁଠି ଓଡିଶାର ମେଣ୍ଟ ସହ ଲିଙ୍କ୍ ରଖୁଥିବା ରାଜନୈତିକ ସମୀକ୍ଷକମାନେ ଅନୁମାନ କରୁଛନ୍ତି ।

ଆକଳନ ଅନୁସାରେ ଆସନ୍ତାକାଲି ଏନଡିଏ ବୈଠକ ଥିବାରୁ ଆଜି ସନ୍ଧ୍ୟା କିମ୍ବା ରାତି ସୁଦ୍ଧା ମେଣ୍ଟ ନିଷ୍ପତ୍ତି ଆସିପାରେ ଏବଂ ଆସନ୍ତାକାଲି ଏନଡିଏ ବୈଠକରେ ବିଧିବଦ୍ଧ ଭାବେ ଘୋଷଣା ହୋଇପାରେ ବୋଲି ରାଜନୈତିକ ମହଲରେ ଚର୍ଚ୍ଚା ହେଉଛି ।