ମିଶନ ୨୦୨୪: ୧୪ ରାଜ୍ୟ ଏବଂ କେନ୍ଦ୍ରଶାସିତ ପ୍ରଦେଶର ଅଧ୍ୟକ୍ଷଙ୍କ ସହ ଜେପି ନଡ୍ଡାଙ୍କ ବୈଠକ …

213

କନକ ବ୍ୟୁରୋ: ଲୋକସଭା ନିର୍ବାଚନ ଏବଂ ଆଗାମୀ ବିଧାନସଭା ନିର୍ବାଚନକୁ ନେଇ ବିଜେପି ତାର ପ୍ରସ୍ତୁତ ଜୋରଦାର କରିଛି । ସଂଗଠନକୁ ମଜବୁତ କରିବା ପାଇଁ ଦଳ ସମସ୍ତ ପ୍ରକାରର ଉଦ୍ୟମ ଜାରିରଖିଛି । ଦେଶର ବିଭିନ୍ନ ରାଜ୍ୟକୁ ଦଳ ତିନୋଟି ଭାଗରେ ବିଭକ୍ତ କରି କାମ ଆରମ୍ଭ କରିଛି । ଆଜି ଦିଲ୍ଲୀରେ ଏନେଇ ଏକ ବଡ ବୈଠକର ଆୟୋଜନ କରାଯାଇଛି । ଏହି ବୈଠକରେ ଉତ୍ତରାଞ୍ଚଳର ସମସ୍ତ ୧୪ ରାଜ୍ୟ ଏବଂ କେନ୍ଦ୍ରଶାସିତ ପ୍ରଦେଶର ଅଧ୍ୟକ୍ଷ, ମନ୍ତ୍ରୀ, ରାଜ୍ୟ ପ୍ରଭାରୀ ଏବଂ ବରିଷ୍ଠ ନେତା ଉପସ୍ଥିତ ରହିଥିଲେ ।

ବିଜେପି ଅଧ୍ୟକ୍ଷ ଜେପି ନଡ୍ଡାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଉତ୍ତରପ୍ରଦେଶ, ଉତ୍ତରାଖଣ୍ଡ, ରାଜସ୍ଥାନ, ଗୁଜରାଟ, ହିମାଚଳ ପ୍ରଦେଶ, ପଞ୍ଜାବ, ମଧ୍ୟପ୍ରଦେଶ, ଛତିଶଗଡ, ହରିୟାଣା. ଦିଲ୍ଲୀ, ଜାମ୍ମୁକାଶ୍ମୀର, ଲଦ୍ଦାଖ, ଚଣ୍ଡିଗଡ ଏବଂ ଦାମନଡିଉ-ଦାଦ୍ରାନଗର ହାବେଳୀର ସମସ୍ତ କେନ୍ଦ୍ରୀୟ ପଦାଧିକାରୀ ଉପସ୍ଥିତ ରହିଛନ୍ତି । ବୈଠକରେ ସମସ୍ତ ରାଜ୍ୟର ସଂଗଠନ ବାବଦରେ ବିସ୍ତୃତ ଭାବେ ଚର୍ଚ୍ଚା ହେବା ସହ ପ୍ରଦେଶରେ ଅନୁଷ୍ଠିତ ନିର୍ବାଚନ ଏବଂ ପ୍ରସଙ୍ଗ ବାବଦରେ ରଣନୀତି ପ୍ରସ୍ତୁତ ହେବ ।