‘ପଦ୍ମ’ ଛାଡ଼ିଲେ ବରଗଡ଼ ବିଜେପି ନେତା ରାମକୃଷ୍ଣ ପୁରୋହିତ । ଦଳ ଅଣଦେଖା ଅଭିଯୋଗ କରି ଇସ୍ତଫା ଦେଲେ ରାମକୃଷ୍ଣ ।

Advertisment
‘ପଦ୍ମ’ ଛାଡ଼ିଲେ ବରଗଡ଼ ବିଜେପି ନେତା ରାମକୃଷ୍ଣ ପୁରୋହିତ । ଦଳ ଅଣଦେଖା ଅଭିଯୋଗ କରି ଇସ୍ତଫା ଦେଲେ ରାମକୃଷ୍ଣ ।

କନକ ବ୍ୟୁରୋ: ଟିକେଟ୍ ତାଲିକା ଆସିଲା ବଢ଼ିଲା ଟେନସନ୍ । ବିଜେପିରୁ ଇସ୍ତଫା ଦେଲେ ରାମକୃଷ୍ଣ ପୁରୋହିତ । ଦଳ ତାଙ୍କୁ ଅଣଦେଖା କରୁଥିବା ଅଭିଯୋଗ କରି ରାଜ୍ୟ ବିଜେପି ସଭାପତି ବସନ୍ତ ପଣ୍ଡାଙ୍କ ନିକଟକୁ ଇସ୍ତଫା ପତ୍ର ପଠାଇଥିବା କହିଛନ୍ତି ରାମକୃଷ୍ଣ । ବିଜେପି ରାଜ୍ୟ ସ୍ୱାସ୍ଥ୍ୟ ପ୍ରକୋଷ୍ଠ ସଂଯୋଜକଭାବେ କାର୍ଯ୍ୟ କରୁଥିଲେ ରାମକୃଷ୍ଣ । ତେବେ ରାମକୃଷ୍ଣଙ୍କ କହିବା ମୁତାବକ, ବରଗଡ଼ ବିଜେପି କାର୍ଯ୍ୟକର୍ତ୍ତାଙ୍କୁ ଅଣଦେଖା କରାଯାଇ ଅନ୍ୟ ଜିଲ୍ଲାରୁ ଲୋକସଭା ପାଇଁ ପ୍ରାର୍ଥୀ କରାଗଲା ତାହା ମୋତେ ମର୍ମାହତ କରିଛି ବୋଲି କହିଛନ୍ତି ରାମକୃଷ୍ଣ ।

ଏପରିକି ଇସ୍ତଫା ଦେବା ସହ ବିଜେପିକୁ ଟାର୍ଗେଟ କରି ରାମକୃଷ୍ଣ ବିଷ ଓଗାଳିଛନ୍ତି । କହିଛନ୍ତି କି, ‘କାରଭାନ୍’ ମାଗାଜିନ୍ ଅନୁସାରେ ଯେଉଁ ବିଜେପି ପାର୍ଟିର ସବୁ ମୁଖ୍ୟ ଚୌକିଦାର ଚୋର, ଯେଉଁ ବିଜେପି ରାଜ୍ୟ ମୁଖ୍ୟାଳୟରେ କାର୍ଯ୍ୟକର୍ତ୍ତା ତାଲା ମାରି ପାରୁଛନ୍ତି ସେହିପରି ଦଳରେ ରହିବା ପାଇଁ ମୁଁ ଲଜ୍ଜିତ ଏବଂ ସେଥିପାଇଁ ଦଳରୁ ଇସ୍ତଫା ଦେଇଛି ବୋଲି କହିଛନ୍ତି ରାମକୃଷ୍ଣ ପୁରୋହିତ । ତେବେ ବିଜେପି ଘୋଷଣା କରିଥିବା ପ୍ରାର୍ଥୀ ତାଲିକାରେ ବରଗଡ଼ ବିଜେପି ଲୋକସଭା ପାଇଁ ସୁରେଶ ପୂଜାରୀଙ୍କୁ ଟିକେଟ୍ ଦେଇଛି ଦଳ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe