ବିଜେପି କଙ୍ଗନା ରାଣାୱତଙ୍କୁ ସମର୍ଥନ କରିବା ଦୁର୍ଭାଗ୍ୟଜନକ: ସାଂସଦ ସଞ୍ଜୟ ରାଉତ

ବିଜେପି କଙ୍ଗନା ରାଣାୱତଙ୍କୁ ସମର୍ଥନ କରିବା ଦୁର୍ଭାଗ୍ୟଜନକ: ସାଂସଦ ସଞ୍ଜୟ ରାଉତ

କନକ ବ୍ୟୁରୋ : ଶିବସେନା ସାଂସଦ ସଞ୍ଜୟ ରାଉତ ରବିବାର କହିଛନ୍ତି ଯେ ଅଭିନେତ୍ରୀ କଙ୍ଗନା ରାଣାଓ୍ଵତ ମୁମ୍ବାଇକୁ ପାକ୍‌ ଅଧିକୃତ କାଶ୍ମୀର ସହ ତୁଳନା କରୁଥିବା ସତ୍ତ୍ୱେ ବିଜେପି କଙ୍ଗନା ରାନାୱତଙ୍କୁ ସମର୍ଥନ କରିବା ଦୁର୍ଭାଗ୍ୟଜନକ ଏବଂ ବିହାର ମତଦାନକୁ ଦୃଷ୍ଟିରେ ରଖି ଏହା କରାଯାଇଛି। ସେନା ମୁଖପତ୍ର ‘ସାମାନା’ରେ ତାଙ୍କର ସାପ୍ତାହିକ ସ୍ତମ୍ଭ ରୋଖୋକରେ ସଞ୍ଜୟ ରାଉତ ଦାବି କରିଛନ୍ତି ଯେ ମୁମ୍ବାଇର ଗୁରୁତ୍ୱକୁ ହ୍ରାସ କରିବା ପାଇଁ ଏକ ବ୍ୟବସ୍ଥିତ ପ୍ରୟାସ ଜାରି ରହିଛି ଏବଂ ମୁମ୍ବାଇକୁ ନିରନ୍ତର ବଦନାମ କରିବା ଏହି ଷଡଯନ୍ତ୍ରର ଏକ ଅଂଶ।

ସଞ୍ଜୟ ରାଉତ କହିଛନ୍ତି ଯେ ଏହା ଏକ କଷ୍ଟସାଧ୍ୟ ସମୟ ଯେତେବେଳେ ମହାରାଷ୍ଟ୍ରର ସମସ୍ତ ମରାଠୀ ଏକଜୁଟ ହେବା ଉଚିତ। କଙ୍ଗନା ରାଣାୱତଙ୍କୁ ସମର୍ଥନ କରି ଏବଂ ସୁଶାନ୍ତ ସିଂ ରାଜପୁତ ମାମଲାରେ ନିଜର ପକ୍ଷ ଜରିଆରେ ବିଜେପି ଉଚ୍ଚ ଜାତିର ରାଜପୁତ ଏବଂ କ୍ଷତ୍ରିୟ ଭୋଟ୍‌ ସହିତ ବିହାର ନିର୍ବାଚନରେ ଜିତିବାକୁ ଚାହୁଁଛି ବୋଲି ସେ କହିଛନ୍ତି। ଜଣେ ଅଭିନେତ୍ରୀଙ୍କ ଦ୍ୱାରା ହୋଇଥିବା ବେଆଇନ ନିର୍ମାଣକୁ ଭାଙ୍ଗିଲେ ଏହାକୁ ସର୍ଜିକାଲ ଷ୍ଟ୍ରାଇକ୍‌ ଆଖ୍ୟାଦେବା କେତେ ପ୍ରାସଙ୍ଗିକ ବୋଲି ସେ ପ୍ରଶ୍ନ କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe