କର୍ମୀଙ୍କୁ ନେଇ ଇଭିଏମ୍ ଭାଙ୍ଗିବା ସହ ବୁଥରେ ଆତଙ୍କ ଖେଳାଇଲେ ବିଜେପି ପ୍ରାର୍ଥୀ । ଥାନାରେ ଏତଲା ଦେଲେ ପୋଲିଂ ଅଧିକାରୀ । ହୋଇପାରିଲାନି ମତଦାନ

Advertisment
କର୍ମୀଙ୍କୁ ନେଇ ଇଭିଏମ୍ ଭାଙ୍ଗିବା ସହ ବୁଥରେ ଆତଙ୍କ ଖେଳାଇଲେ ବିଜେପି ପ୍ରାର୍ଥୀ । ଥାନାରେ ଏତଲା ଦେଲେ ପୋଲିଂ ଅଧିକାରୀ । ହୋଇପାରିଲାନି ମତଦାନ

କନକ ବ୍ୟୁରୋ: ସତ୍ୟବାଦୀ ନିର୍ବାଚନମଣ୍ଡଳୀ ଅନ୍ତର୍ଗତ କଣାସ ବ୍ଲକ୍, ଦିବ୍ୟସିଂହପୁର ପଞ୍ଚାୟତ, ବୀରକିଶୋରପୁର ଗ୍ରାମର ୭୮ ନଂ ବୁଥରେ ଇଭିଏମ୍ ଭଙ୍ଗାରୁଜା ହୋଇଛି। ଏହି ଘଟଣାରେ ବିଜେପିର ସଂପୃକ୍ତି ଥିବା ଅଭିଯୋଗ ମିଳିଛି। ବିଜେପି ବିଧାୟକ ପ୍ରାର୍ଥୀ ଓମପ୍ରକାଶ ମିଶ୍ର ଓ ତାଙ୍କର ସମର୍ଥକମାନେ ବୁଥ ଭିତରେ ପଶି ଇଭିଏମ୍ ଭଂଗାରୁଜା କରିଥିବା ସୂଚନା ମିଳିଛି। ପୁଲିଂରେ ତ୍ରୁଟି ଥିବା ଦର୍ଶାଇ ନିଜେ ବିଜେପିର ବିଧାୟକ ପ୍ରାର୍ଥୀ ଓମପ୍ରକାଶ ଓ ତାଙ୍କ ସହଯୋଗୀମାନେ ଏଭଳି କାଣ୍ଡ ଘଟାଇଥିଲେ। ଇଭିଏମ ଭଂଗାରୁଜା ପରେ ଏହି ବୁଥରେ ମତଦାନ ହୋଇପାରିନାହିଁ। ଘଟଣାକୁ ନେଇ ବୁଥର ପ୍ରିଜାଇଡିଂ ଅଫିସର ଓମପ୍ରକାଶ ମିଶ୍ର ଓ ବିଜେପି କର୍ମୀଙ୍କ ନାମରେ ଥାନାରେ ଏତଲା ଦେଇଛନ୍ତି। ଏହି ବୁଥରେ ସାନି ମତଦାନ ହେବାର ସମ୍ଭାବନା ରହିଛି।

ଅନ୍ୟପକ୍ଷରେ ବିଜେପି ପ୍ରାର୍ଥୀ ଓମ୍ ପ୍ରକାଶ ମିଶ୍ର ଇଭିଏମ ଭାଙ୍ଗିବା ଘଟଣାରେ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ଅଭିଯୋଗ ପତ୍ର ପ୍ରଦାନ କରିଛି ବିଜେଡି। ଏହାସହିତ ବ୍ରହ୍ମଗିରି ବିଧାନସଭା ନିର୍ବାଚନମଣ୍ଡଳୀ ଅନ୍ତର୍ଗତ କମାଶାସନରେ ବିଜେପି କର୍ମୀଙ୍କ ଦ୍ବାରା ଇଭିଏମ ଭଙ୍ଗାଯିବା ଘଟଣାରେ ବିଜେଡି ଦୃଢ଼ କାର୍ଯ୍ୟାନୁଷ୍ଠାନ ଦାବି କରିଛି। ମୁଖ୍ୟ ନିର୍ବାଚନ ଅଧିକାରୀ ସୁରେନ୍ଦ୍ର କୁମାରଙ୍କୁ ବିଜେଡି ପ୍ରଦାନ କରିଥିବା ଅଭିଯୋଗ ପତ୍ରରେ ଦର୍ଶାଇଛି, ଗତ ୧୮ ତାରିଖରେ ବିଜେପିର ସୋରଡ଼ା ବିଧାନସଭା ପ୍ରାର୍ଥୀ ନୀଳମଣୀ ବିଷୋୟୀ ବୁଥ୍ ଭିତରକୁ ବଳପୂର୍ବକ ପଶି ଇଭିଏମ ମେସିନ ଭାଙ୍ଗିବା ପରି ଆଜି ତୃତୀୟ ପର୍ଯ୍ୟାୟରେ ଭୋଟଗ୍ରହଣ ଚାଲୁଥିବାବେଳେ ସତ୍ୟବାଦୀ ବିଧାନସଭା ପାଇଁ ବିଜେପି ପ୍ରାର୍ଥୀ ଓମ ପ୍ରକାଶ ମିଶ୍ର ଓ ତାଙ୍କ ସହଯୋଗୀମାନେ ସମାନ ଘଟଣା ଘଟାଇଛନ୍ତି।

publive-image

ସତ୍ୟବାଦୀର ବୀରକେଶରୀପୁର ବଳଭଦ୍ର ନୋଡାଲ ୟୁପି ସ୍କୁଲରେ ହୋଇଥିବା ବୁଥ୍ ନମ୍ବର ୭୮ରେ ଶ୍ରୀ ମିଶ୍ର ଓ ତାଙ୍କ ସହଯୋଗୀମାନେ ବଳପୂର୍ବକ ଧସେଇ ପଶି ଇଭିଏମ ମେସିନ ଭାଙ୍ଗିବା ସହ ଅନ୍ୟ ପୋଲିଂ ଜିନିଷଗୁଡ଼ିକୁ ନଷ୍ଟ କରିଦେଇଛନ୍ତି। ଏପରି କାଣ୍ଡ ଭିଆଇ ଭୋଟରଙ୍କୁ ଭୟଭିତ କରିବା ସହ ପୋଲିଂ କର୍ମଚାରୀଙ୍କ ମଧ୍ୟରେ ଆତଙ୍କ ସୃଷ୍ଟି କରିଥିଲେ। ସେହିପରି ବ୍ରହ୍ମଗିରି ବିଧାନସଭା ନିର୍ବାଚନମଣ୍ଡଳୀର କମାଶାସନରେ ବିଜେପିକର୍ମୀ ବିଜେଡି କର୍ମୀ ରାଜେନ୍ଦ୍ର ବେହେରାଙ୍କୁ ନିର୍ଘାତ ମାଡ଼ ମାରି ଲହୁଲୁହାଣ କରିଛନ୍ତି। ଶ୍ରୀ ବେହେରାଙ୍କ ସ୍ବାସ୍ଥ୍ୟ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ପୁରୀ ସଦର ମେଡିକାଲରେ ଭର୍ତ୍ତି କରାଯାଇଛି। ବିଜେପି କର୍ମୀମାନେ କମାଶାସନ ମତଦାନ କେନ୍ଦ୍ରରେ ଇଭିଏମ ମେସିନକୁ ଭାଙ୍ଗିଦେଇଛନ୍ତି।

ଏହାକୁ ନେଇ ବିଜେପିର ସତ୍ୟବାଦୀ ବିଧାନସଭା ପ୍ରାର୍ଥୀ ଓମ ପ୍ରକାଶ ମିଶ୍ର ଓ ବ୍ରହ୍ମଗିରିର ବିଜେପି କ୍ୟାଡରଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ବିଜେଡି ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ଠାରେ ଦାବି ଜଣାଇଛି। ବିଜେଡି ପ୍ରତିନିଧି ଦଳରେ ମୁଖପାତ୍ର ସସ୍ମିତ ପାତ୍ର ଓ ମୁଖପାତ୍ର ଲେନିନ୍ ମହାନ୍ତି ସାମିଲ ଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe