ଗୋଟିଏ ପର୍ଯ୍ୟାୟ ମତଦାନ ତାରିଖ ବଦଳାଇବାକୁ ନିର୍ବାଚନ ଆୟୋଗଙ୍କୁ ଚିଠି , ଚନ୍ନିଙ୍କ ପରେ ବିଜେପି ବି ଉଠାଇଲେ ସମାନ ଦାବି
କନକ ବ୍ୟୁରୋ : ପଞ୍ଜାବ ମୁଖ୍ୟମନ୍ତ୍ରୀ ଚରଣଜିତସିଂ ଚନ୍ନିଙ୍କ ପରେ ବିଜେପି ବି ନିର୍ବାଚନ ଆୟୋଗଙ୍କ ପାଖରେ ସମାନ ଦାବି ଉଠାଇଛି । ଉଭୟ ବିଜେପି ଓ କଂଗ୍ରେସ ଗୁରୁ ରବିଦାସ ଜୟନ୍ତିକୁ ନଜରରେ ରଖି ଫେବୃଆରୀ ୧୬ ତାରିଖରୁ ଆରମ୍ଭ ହେବାକୁ ଥିବା ରାଜ୍ୟର ବିଧାନସଭା ନିର୍ବାଚନକୁ ସ୍ଥଗିତ ରଖିବାକୁ ନିର୍ବାଚନ ଆୟୋଗଙ୍କ ପାଖରେ ଦାବି ଉଠାଇଛନ୍ତି ।
Kanak News is now on WhatsApp
Join and get latest news updates delivered to you via WhatsApp
ବିଜେପିର ରାଜ୍ୟ ମହାସଚିବ ସୁବାସ ଶର୍ମା ନିର୍ବାଚନ ଆୟୋଗଙ୍କୁ ଚିଠି ଲେଖି କହିଛନ୍ତି କି ପଞ୍ଜାବରେ ଫେବୃଆରୀ ୧୪ ତାରିଖରୁ ଭୋଟ ଗ୍ରହଣ ହେବାକୁ ଥିବା ବେଳେ ୧୬ ତାରିଖରେ ଗୁରୁ ରବିଦାସ ଜୟନ୍ତି ପଡୁଥିବାରୁ ଏହା ନିର୍ବାଚନ ଉପରେ ପ୍ରଭାବ ପକାଇବ । କାରଣ ରାଜ୍ୟରେ ୩୨ ପ୍ରତିଶତ ଅନୁସୂଚିତ ଜାତିର ଲୋକ ଏହି ଜୟନ୍ତିରେ ସାମିଲ ହୋଇଥାନ୍ତି । ଏହାସହ ଲକ୍ଷ ଲକ୍ଷ ଶ୍ରଦ୍ଧାଳୁ ଗୁରୁ ରବିଦାସଙ୍କ ଜନ୍ମସ୍ଥଳୀ ବାରଣାସୀ ଯାଉଥିବାରୁ ଏହିଦିନ ସେମାନେ ଭୋଟ ଦେଇ ପାରିବେ ନାହିଁ । ଏହି କାରଣରୁ ନିର୍ବାଚନ ଆୟୋଗ ଏହିଦିନ ଭୋଟଗ୍ରହଣକୁ ସ୍ଥଗିତ ରଖିବାକୁ ସେ ନିର୍ବାଚନ ଆୟୋଗଙ୍କ ନିକଟରେ ଦାବି କରିଛନ୍ତି ।
କେବଳ ବିଜେପି ନୁୂହେଁ ସମାନ ପ୍ରସଙ୍ଗରେ ସମାନ ଦାବି କରିଛନ୍ତି ମୁଖ୍ୟମନ୍ତ୍ରୀ ଚରଣଜିତସିଂ ଚନ୍ନି । ଚନ୍ନି ନିର୍ବାଚନ ଆୟୋଗଙ୍କୁ ଚିଠି ଲେଖି କହିଛନ୍ତି କି ଗୁରୁ ରବିଦାସ ଜୟନ୍ତିରେ ରାଜ୍ୟର ଲକ୍ଷ ଲକ୍ଷ ଶ୍ରଦ୍ଧାଳୁ ତାଙ୍କ ଜନ୍ମସ୍ଥାନ ବାରଣାସୀ ଯିବାକୁ ଥିବାରୁ ସେମାନେ ଭୋଟ ଦେବାରୁ ବଞ୍ଚିତ ହେବେ । ଏହି କାରଣରୁ ସେହିଦିନ ଭୋଟ ଗ୍ରହଣକୁ ସ୍ଥଗିତ ରଖିବାକୁ ସେ ନିର୍ବାଚନ ଆୟୋଗଙ୍କ ଠାରେ ଦାବି କରିଛନ୍ତି ।