ପାଖଉଛି ନିର୍ବାଚନ, ଜୋରଦାର ହେଉଛି ଦଳଗୁଡିକର ପ୍ରଚାର । ଇଣ୍ଡିଆ ମେଂଟକୁ ଟାର୍ଗେଟ କରି ବିଜେପି ଜାରି କଲା କଟାକ୍ଷପୂର୍ଣ୍ଣ ଭିଡିଓ

82

କନକ ବ୍ୟୁରୋ : ଇଣ୍ଡି ଆଲାଏନ୍ସ ମେ ଫାଇଟ । ମେ ହିଁ ଦୁଲ୍ଲା ହୁଁ ରାଇଟ୍ । ନିର୍ବାଚନ ପାଇଁ ଇଏ ହେଉଛି ବିଜେପି ନୂଆ ପ୍ରଚାର ଭିଡିଓ । ବିଜେପି ଅଫିସିଆଲ ପେଜରେ ଏଭଳି ଏକ ଭିଡିଓ ପୋଷ୍ଟ ହେବାରେ ଖୁବ ଚର୍ଚ୍ଚା ସାଉଁଟିଛି । ଏଥରକ ବିିଜେପି ଜଣେ ଜଣେ କରି ବିରୋଧୀ ଦଳଙ୍କୁ ଟାର୍ଗେଟ ନକରି ସିଧାସଳଖ ଇଣ୍ଡିଆ ମେଂଟକୁ ଟାର୍ଗେଟ କରିଛି । ମେଂଟର ସମସ୍ତ ଦଳମାନଙ୍କୁ ଭିଡିଓରେ ସ୍ଥାନ ଦିଆଯାଇଛି ଓ କଟାକ୍ଷ କରି ଭଳିକି ଭଳି ଚରିତ୍ରଙ୍କୁ ଚିତ୍ରଣ କରାଯାଇଛି । ବିରୋଧୀଙ୍କ ପକ୍ଷରୁ ପ୍ରଧାନମନ୍ତ୍ରୀ ଚେହେରା କିଏ ହେବ ଏନେଇ ଇଣ୍ଡି ମେଂଟରେ ଟଣାଓଟରା ଚାଲିଥିବାବେଳେ ଭିଡିଓରେ ଏହାକୁ ମୁଖ୍ୟ ପ୍ରସଙ୍ଗ କରାଯାଇଛି । ମୋଟ ଦୁଇ ମିନିଟି ୨୩ ସେକେଣ୍ଡର ଭିଡିଓ ବେଶ ଚର୍ଚ୍ଚାରେ ରହିଛି । ଲୋକସଭା ନିର୍ବାଚନ ତାରିଖ ଘୋଷଣା ପରେ ଜୋରଦାର ହୋଇଛି ପ୍ରଚାର । ପରସ୍ପରକୁ ଟାର୍ଗେଟ କରି ବିଜେପି ଓ ବିରୋଧୀ ବୟାନବାଜୀ କରୁଛନ୍ତି । ଏହା ଭିତରେ ବିଜେପି ବିରୋଧୀ ମେଂଟକୁ କଟାକ୍ଷ କରି ଭିଡିଓ ଜାରି କରିଛି ।