କନକ ବ୍ୟୁରୋ: ବିହାରରେ ଏନଡିଏର ବିଜୟ ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଟୁଇଟ କରି କହିଛନ୍ତି, ପ୍ରତ୍ୟେକ ବର୍ଗର ଲୋକ ଏନଡିଏର ମନ୍ତ୍ର ସବକା ସାଥ ସବକା ବିକାଶ , ସବକା ବିଶ୍ୱାସକୁ ବିଶ୍ୱାସ କରିଛନ୍ତି । ବିହାରର ପ୍ରତି ଜନସାଧରାଣଙ୍କୁ ବିକାଶର ପ୍ରତିଶ୍ରୁତି ଦେଇଛନ୍ତି ମୋଦି ।

Advertisment

ଏଠାରେ ଆମେ କହି ରଖୁଛୁ ଯେ, ଭୋଟ ପୂର୍ବରୁ ଅର୍ଥାତ ପ୍ରଚାର ସମୟରେ ଆରଜେଡିକୁ କଡା ସମାଲୋଚନା କରିଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ବିହାରରେ ଆରଜେଡିର ଜଙ୍ଗଲରାଜ କଥା ଉଠାଇଥିଲେ । ରୋଜଗାର ପ୍ରସଙ୍ଗରେ ତେଜସ୍ୱୀ ଯାଦବ ଲୋକମାନଙ୍କୁ ଦେଇଥିବା ପ୍ରତିଶ୍ରୁତିକୁ ମଧ୍ୟ ସମାଲୋଚନା କରିଥିଲେ ମୋଦି ।

ଅନ୍ୟପଟେ, ବିହାରରେ ବିଜୟ ହେବା ପରେ ଗୃହ ମନ୍ତ୍ରୀ ଅମିତ ଶାହା ଟୁଇଟି କରି ବିହାରର ଭାଇ ଭଉଣୀମାନଙ୍କୁ ଧନ୍ୟବାଦ ଦେଇଛନ୍ତି । ବିହାରରେ ପୁଣିଥରେ ବିକାଶ, ପ୍ରଗତି ଏବଂ ସୁଶାସନକୁ ଜନତା ବାଛିଥିବାରୁ ସେ ସେମାନଙ୍କୁ ଅନ୍ତରରୁ ଧନ୍ୟବାଦ ଦେଉଥିବା କଥା ଟୁଇଟ କରି ଜଣାଇଛନ୍ତି ।