ଦିନେ ଅନୁଚ୍ଛେଦ ୩୭୦କୁ ନେଇ ଦେଇଥିଲେ ଦମଦାର ଭାଷଣ । ଏବେ ଟିକେଟ୍ କାଟିଦେଲା ବିଜେପି । ଲଦାଖରୁ ବିଜେପି ପ୍ରାର୍ଥୀ ହେଲେ ତାଶୀ ଗ୍ଲାୟସନ୍

650

କନକ ବ୍ୟୁରୋ: ଲଦାଖ ସାଂସଦଙ୍କ ଟିକେଟ୍ କାଟିଲା ବିଜେପି । ଦିନେ ନିଜର ଭାଷଣ ପାଇଁ ଚର୍ଚ୍ଚାରେ ରହିଥିବା ଲଦାଖ ସାଂସଦ ଜାମୟାଙ୍ଗ ସେରିଙ୍ଗ୍ ନାମଗ୍ୟାଲଙ୍କ ଟିକେଟ୍ କାଟି ତାଙ୍କ ସ୍ଥାନରେ ତାଶୀ ଗ୍ଲାୟସନଙ୍କୁ ଟିକେଟ୍ ଦେଇଛି ବିଜେପି । ତେବେ ୨୦୧୯ ମସିହାରେ ଲଦାଖରୁ ସାଂସଦ ଭାବେ ନିର୍ବାଚିତ ହେଇଥିଲେ ଜାମୟାଙ୍ଗ ସେରିଙ୍ଗ୍ ନାମଗ୍ୟାଲ । ହେଲେ ଏଥର କିନ୍ତୁ ଦଳ ତାଙ୍କୁ ଟିକେଟ୍ ଦେଇନି ।

ସଂସଦରେ ଅନୁଚ୍ଛେଦ ୩୭୦ ଏବଂ ଜାମ୍ମୁକାଶ୍ମୀର ପୁନର୍ଗଠନ ବିଲ୍ ଉପରେ ଚର୍ଚ୍ଚା କରି ବେଶ ଭାଇରାଲ ହେଇଥିଲେ ଲଦାଖର ସାଂସଦ । ଏପରିକି ଗୃହମନ୍ତ୍ରୀ ଅମିତ ଶାହା ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମଧ୍ୟ ତାଙ୍କର ପ୍ରଂଶସା କରିଥିଲେ । ହେଲେ ଏବେ ଏହି ସାଂସଦଙ୍କ ଟିକେଟ୍ କାଟି ବିଜେପି ନୂଆ ଜଣେ ପ୍ରାର୍ଥୀଙ୍କୁ ଲଦାଖରୁ ଟିକେଟ୍ ଦେଇଛି । ମଙ୍ଗଳବାର ବିଜେପି ଲଦାଖ ପାଇଁ ପ୍ରାର୍ଥୀ ଘୋଷଣା କରିଛି । ପାର୍ଟି ଏଠାରୁ ତାଶୀ ଗ୍ଲାୟସନଙ୍କୁ ଟିକେଟ୍ ଦେଇଛି ।