ଆସାମ, କର୍ଣ୍ଣାଟକ ଓ ୟୁପିର ୪ଟି ନିର୍ବାଚନ ମଣ୍ଡଳୀରୁ ବିଜେପିର ପ୍ରାର୍ଥୀ ତାଲିକା ଘୋଷଣା। ଜାଣନ୍ତୁ କାହାକୁ ମିଳିଲା କେଉଁ ଆସନ

ବିଜେପିର ପ୍ରାର୍ଥୀ ତାଲିକା ଘୋଷଣା । ବସ୍ତାରୁ ରଘୁନାଥଙ୍କୁ ପ୍ରାର୍ଥୀ କଲା ଦଳ, ଜାଣନ୍ତୁ ବାକି ଆସନରୁ କାହାକୁ ମିଳିଲା ଟିକେଟ?

କନକ ବ୍ୟୁରୋ: ଭାରତୀୟ ଜନତା ପାର୍ଟି(ବିଜେପି) ଆଜି ଆସନ୍ତା ଲୋକସଭା ନିର୍ବାଚନ ପାଇଁ ଆସାମ, କର୍ଣ୍ଣାଟକ ଉତ୍ତରପ୍ରଦେଶର ୪ଟି ନିର୍ବାଚନ ମଣ୍ଡଳୀରୁ ପ୍ରାର୍ଥୀ ତାଲିକା ଘୋଷଣା କରିଛି। ଏହି ୩ଟି ରାଜ୍ୟ ଭିତରୁ କର୍ଣ୍ଣାଟକ ପାଇଁ ୨ଟି ପ୍ରାର୍ଥୀଙ୍କ ନାମ, ଆସାମ ପାଇଁ ଜଣେ ଉତ୍ତରପ୍ରଦେଶ ପାଇଁ ଜଣେ ପ୍ରାର୍ଥୀଙ୍କ ନାମ ଘୋଷଣା କରିଛି ବିଜେପି। ବିଜେପି ଓଡ଼ିଶାର ଏକ ନିର୍ବାଚନ ମଣ୍ଡଳୀ ପାଇଁ ବି ଜଣେ ପ୍ରାର୍ଥୀଙ୍କ ନାମ ଘୋଷଣା କରିଛି।

publive-image

ଆସାମର ନାଓଗାଓଁ ସଂସଦୀୟ କ୍ଷେତ୍ରରୁ ପାର୍ଟି ଟିକେଟ୍ମିଳିଛି ରୁପକ ଶର୍ମାଙ୍କୁ। ସେହିପରି ଅଶ୍ୱୟନ୍ତ ନରଇନ୍ଙ୍କୁ କର୍ଣ୍ଣାଟକର ଗ୍ରାମାଞ୍ଚଳ ବେଙ୍ଗାଲୁରରୁ ତେଜ୍ୱସି ସୂର୍ଯ୍ୟଙ୍କୁ ଦକ୍ଷିଣ ବେଙ୍ଗାଲୁରରୁ ଟିକେଟ୍ମିଳିଛି। ସେହିପରି ଉତ୍ତରପ୍ରଦେଶର ହାଥରସରୁ ରାଜବୀର ସିଂହ ବାଲ୍ମିକୀଙ୍କୁ ଟିକେଟ୍ମିଳିଛି। ସେହିପରି ଗତକାଲି ଓଡ଼ିଶାର ବିଜେପୁର ନିର୍ବାଚନ ମଣ୍ଡଳୀରୁ ସନତ ଗଡ଼ତିଆଙ୍କ ନାମ ଘୋଷଣା କରିଛି ଭାରତୀୟ ଜନତା ପାର୍ଟି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe