ଉପନିର୍ବାଚନ ପାଇଁ ପ୍ରାର୍ଥୀ ତାଲିକା ଘୋଷଣା କଲା ବିଜେପି । ବାଲେଶ୍ୱର ସଦରରୁ ମାନସ ଦତ୍ତ ଓ ତିର୍ତ୍ତୋଲରୁ ରାଜକିଶୋର ବେହେରାଙ୍କ ନାମ ଘୋଷଣା । ସେପଟେ ବାଲେଶ୍ୱର ସଦର ପାଇଁ କଂଗ୍ରେସର ସାମ୍ଭାବ୍ୟ ପ୍ରାର୍ଥୀ ତାଲିକାରେ ଆଗରେ ଅଛନ୍ତି ସମାଜସେବୀ ମମତା କୁଣ୍ଡୁ ।

Advertisment
ଉପନିର୍ବାଚନ ପାଇଁ ପ୍ରାର୍ଥୀ ତାଲିକା ଘୋଷଣା କଲା ବିଜେପି । ବାଲେଶ୍ୱର ସଦରରୁ ମାନସ ଦତ୍ତ ଓ ତିର୍ତ୍ତୋଲରୁ ରାଜକିଶୋର ବେହେରାଙ୍କ ନାମ ଘୋଷଣା । ସେପଟେ ବାଲେଶ୍ୱର ସଦର ପାଇଁ କଂଗ୍ରେସର ସାମ୍ଭାବ୍ୟ ପ୍ରାର୍ଥୀ ତାଲିକାରେ ଆଗରେ ଅଛନ୍ତି ସମାଜସେବୀ ମମତା କୁଣ୍ଡୁ ।

କନକ ବ୍ୟୁରୋ : ଓଡିଶାରେ ହେବାକୁ ଥିବା ୨ ଟି ବିଧାନସଭା କ୍ଷେତ୍ରରେ ଉପନିର୍ବାଚନ ପାଇଁ ପ୍ରାର୍ଥୀ ତାଲିକା ଘୋଷଣା କରିଛି ବିଜେପି । ତିର୍ତ୍ତୋଲ ପାଇଁ ରାଜ କିଶୋର ବେହେରାଙ୍କ ନାମ ଘୋଷଣା କରାଯାଇଥିବା ବେଳେ ବାଲେଶ୍ୱର ସଦର ପାଇଁ ମାନସ ଦତ୍ତଙ୍କୁ ପ୍ରାର୍ଥୀ କରିଛି ବିଜେପି । ମାନସ ଦତ୍ତ ପୂର୍ବତନ ବିଧାୟକ ସ୍ୱର୍ଗତ ମଦନ ମୋହନ ଦତ୍ତଙ୍କ ପୁଅ ହୋଇଥିବା ବେଳେ ରାଜକିଶୋର ବେହେରା କିଛିଦିନ ତଳେ କଂଗ୍ରେସ ଛାଡି ବିଜେପିରେ ଯୋଗ ଦେଇଥିଲେ ।publive-image

ରାଜକିଶୋର କଂଗ୍ରେସ ତରଫରୁ ୨ ଥର ବିଧାୟକ ପ୍ରାର୍ଥୀ ହୋଇ ଉକ୍ତ ଆସନରୁ ପରାଜିତ ହୋଇଥିଲେ । ହେଲେ ତିର୍ତ୍ତୋଲରେ ବିଜେପିର ଭଲ ସଂଗଠନ ନଥିବାରୁ ରାଜକିଶୋରଙ୍କୁ ପ୍ରାର୍ଥୀ କରି କଂଗ୍ରେସ ଭୋଟ ହାତେଇବାକୁ ବସିଛି ବିଜେପି । ସେହିଭଳି ମାନସଙ୍କର ବୟସ କମ୍ ଓ ରାଜନୀତିରେ ସମୁଦାୟ ନୁଆ ମୁହଁ ହୋଇଥିଲେ ବି ତାଙ୍କ ବାପାଙ୍କ ମୃତ୍ୟୁ ପରେ ମାନସଙ୍କୁ ଅନୁକମ୍ପା ଭୋଟ ମିଳିବ ବୋଲି ଆଶା କରିଛି ବିଜେପି । ଅନ୍ୟପଟେ ବିଜେଡି ଓ କଂଗ୍ରେସ ଏଯାଏ ପ୍ରାର୍ଥୀ ତାଲିକା ଘୋଷଣା କରିନାହାନ୍ତି ।

publive-image

ବାଲେଶ୍ୱର ସଦର ପାଇଁ କଂଗ୍ରେସ ପିିସିସି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କ ପୁଅ ତଥା ବାଲେଶ୍ୱରରୁ ୨୦୧୯ ସାଧାରଣ ନିର୍ବାଚନରେ ସାଂସଦ ପ୍ରାର୍ଥୀ ହୋଇ ପରାଜିତ ହୋଇଥିବା ନବଜ୍ୟୋତି ପଟ୍ଟନାୟକ ପ୍ରାର୍ଥୀ ହେବେ ବୋଲି ଆରମ୍ଭରୁ ପ୍ରଚାର କରାଯାଉଥିବା ବେଳେ ଏବେ କିନ୍ତୁ ସାମ୍ଭାବ୍ୟ ପ୍ରାର୍ଥୀ ତାଲିକାର ଆଗରେ ଅଛନ୍ତି ସମାଜସେବୀ ମମତା କୁଣ୍ଡୁ । ଅନ୍ୟପଟେ ବାଲେଶ୍ୱର ସଦର ପାଇଁ ବିଜେଡିର ପ୍ରାର୍ଥୀ ତାଲିକା ପ୍ରକାଶ ପାଇ ନଥିଲେ ବି ଏବେ ଏବେ ବିଜେଡିରେ ଯୋଗ ଦେଇଥିବା ତଥା ବାଲେଶ୍ୱର ସଦରରୁ ୫ ଥର ବିଧାୟକ ହୋଇଥିବା ଅରୁଣ ଦେ ଙ୍କ ନାମ ଚର୍ଚ୍ଚାରେ ରହିଛି । ତିର୍ତ୍ତୋଲ ଆସନ ପାଇଁ ବି ଉଭୟ କଂଗ୍ରେସ ଓ ବିଜେଡି ପ୍ରାର୍ଥୀ ତାଲିକା ଘୋଷଣା କରିନାହାନ୍ତି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe