କନକ ବ୍ୟୁରୋ: ୨୦୨୪ ସାଧାରଣ ନିର୍ବାଚନ ପାଇଁ ସେନାପତି ବାଛିଛି ଭାରତୀୟ ଜନତା ପାର୍ଟି । ୧୫ ରାଜ୍ୟରେ ନୂଆ ପ୍ରଭାରୀ ଏବଂ ସହ ପ୍ରଭାରୀଙ୍କୁ ନିଯୁକ୍ତ କରିଛି ଦଳ । ଶୁକ୍ରବାର ପାର୍ଟିର ରାଷ୍ଟ୍ରୀୟ ମହାସଚିବ ଅରୁଣ ସିଂହ ସୂଚନା ଦେଇଛନ୍ତି ଯେ, ଜେପି ନଡ୍ଡା ନୂଆ ନାଁ ଉପରେ ମୋହର ମାରିଛନ୍ତି । ଯାହାକୁ ତତ୍କାଳ ପ୍ରଭାବରେ ଲାଗୁ କରାଯିିବ ।

Advertisment

ଜାରି କରାଯାଇଥିବା ସୂଚୀ ମୁତାବକ, ବିନୋଦ ତାବଡେଙ୍କୁ ବିହାର, ଓମ୍ ମାଥୁରଙ୍କ ଛତିଶଗଡ, ବପ୍ଲବ କୁମାର ଦେବଙ୍କୁ ହରିୟାଣା, ଲକ୍ଷ୍ମୀକାନ୍ତ ବାଜପେୟୀଙ୍କୁ ଝାଡଖଣ୍ଡ, ପ୍ରକାଶ ଜାଭେଦକରଙ୍କୁ କେରଳ, ରାଧାମୋହନ ଅଗ୍ରୱାଲଙ୍କୁ ଲାକ୍ଷାଦ୍ୱୀପ, ପି ମୁରଲୀଧର ରାଓଙ୍କୁ ମଧ୍ୟପ୍ରଦେଶ, ବିଜୟ ରୂପାଣୀଙ୍କୁ ପଞ୍ଜାବ ଓ ଚଣ୍ଡୀଗଡ, ତରୁଣ ଚୁଘଙ୍କୁ ତେଲେଙ୍ଗାନା, ଅରୁଣ ସିଂହଙ୍କୁ ରାଜସ୍ଥାନ, ମହେଶ ଶର୍ମାଙ୍କୁ ତ୍ରିପୁରା, ମଙ୍ଗଲ ପାଣ୍ଡେଙ୍କୁ ପଶ୍ଚିମବଙ୍ଗ ଏବଂ ସମ୍ବିତ ପାତ୍ରଙ୍କୁ ପୂର୍ବୋତ୍ତର ରାଜ୍ୟର ପ୍ରଭାରୀ ନିଯୁକ୍ତ କରାଯାଇଛି ।

ସେହିପରି ସାଂସଦ ହରିଶ ଦ୍ୱିବେଦୀଙ୍କୁ ବିହାର, ବିଧାୟକ ନିତିନ ନବୀନଙ୍କୁ ଛତିଶଗଡ ରାଜ୍ୟର ସହ ପ୍ରଭାରୀ ନିଯୁକ୍ତ କରାଯାଇଛି । ତାଙ୍କ ସହିତ ସାଂସଦ ଡକ୍ଟର ରାଧାମୋହନ ଅଗ୍ରୱାଲଙ୍କୁ କେରଳ, ପଙ୍କଜା ମୁଣ୍ଡେ ଏବଂ ଡକ୍ଟର ରମାଶଙ୍କର କଠେରିଆଙ୍କୁ ମଧ୍ୟପ୍ରଦେଶ, ନରିନ୍ଦର ସିଂହ ରୈନାଙ୍କୁ ପଞ୍ଜାବ, ଅରବିନ୍ଦ ମେନନଙ୍କୁ ତେଲେଙ୍ଗାନା, ବିଜୟା ରାହଟକରଙ୍କୁ ରାଜସ୍ଥାନ, ଅମିତ ମାଲବୀୟ ଓ ଆଶା ଲକଡାଙ୍କୁ ପଶ୍ଚିମବଙ୍ଗ ଓ ରିତୁରାଜ ସିହ୍ନାଙ୍କୁ ପୂର୍ବୋତ୍ତର ରାଜ୍ୟର ସହ ପ୍ରଭାରୀ ନିଯୁକ୍ତ କରାଯାଇଛି ।