ପ୍ରଚାର ମଇଦାନରେ ହେବ ବିଜେପି-ବିଜେଡି ମଧ୍ୟରେ ଜୋରଦାର ଲଢ଼େଇ: କୌଶଳ ସହ ଷ୍ଟାର ପ୍ରଚାରକଙ୍କୁ ନେଇ ରଣଭୂମିକୁ ଓହ୍ଲାଇବାକୁ ଦୁଇ ଦଳର ମାଷ୍ଟରପ୍ଲାନ୍

Advertisment
ପ୍ରଚାର ମଇଦାନରେ ହେବ ବିଜେପି-ବିଜେଡି ମଧ୍ୟରେ ଜୋରଦାର ଲଢ଼େଇ: କୌଶଳ ସହ ଷ୍ଟାର ପ୍ରଚାରକଙ୍କୁ ନେଇ ରଣଭୂମିକୁ ଓହ୍ଲାଇବାକୁ ଦୁଇ ଦଳର ମାଷ୍ଟରପ୍ଲାନ୍

କନକ ବ୍ୟୁରୋ: ଏଥର ନିର୍ବାଚନ ପ୍ରଚାର ଦମ୍ଦାର ହେବ। ସେଥି ପାଇଁ ପ୍ରଚାର ରଣକୌଶଳ ପ୍ରସ୍ତୁତ କରିଦେଲେଣି ସବୁ ଦଳ। ପ୍ରଚାରରେ କିଛି ଭିନ୍ନତା ଆଣିବା ପାଇଁ ନୂଆ କୌଶଳ, ତରିକା ଆପଣଇେବାକୁ ଊଣା ଅଧିକେ ସବୁ ଦଳରେ ଚାଲିଛି କସରତ୍। ଚଳିତ ନିର୍ବାଚନରେ ବିଜେଡି ହାଇଟେକ୍ ପ୍ରଚାର କୌଶଳ ଆପଣେଇବାକୁ ଯାଉଥିବା ବେଳେ ବିଜେପି ଷ୍ଟାର ପ୍ରଚାରକଙ୍କୁ ଭରସା କରିଛି। ଏମିତି କିଛି ମାଷ୍ଟରପ୍ଲାନ୍ ପ୍ରସ୍ତୁତ ହୋଇଛି ଏହି ଦୁଇ ଦଳରେ।

publive-image

ବିଜେପି, ବିଜେଡି ଜୋରଦାର ନିର୍ବାଚନ ପ୍ରଚାର ଆରମ୍ଭ କରିଦେଲେଣି। ୨୦୧୪ ନିର୍ବାଚନରେ ବିଜେପି ମୋଦୀଙ୍କ ଥ୍ରୀ-ଡି ପ୍ରଚାର ଫର୍ମୁଲା ଦେଖାଇ ବୈଷୟିକ କୌଶଳର କମାଲ ଦେଖାଇ ସାରିଛି। ଏଥର ସେହି କୌଶଳ ସହ ଷ୍ଟାର ପ୍ରଚାରକଙ୍କୁ ନେଇ ରଣଭୂମିକୁ ଓହ୍ଲାଇବ। ଏକ ବିଶ୍ବସ୍ତ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ପୁରୀ ଲୋକସଭା ବିଜେପି ପ୍ରାର୍ଥୀ ସମ୍ବିତ ପାତ୍ରଙ୍କ ପାଇଁ ଖୋଦ୍ ପ୍ରଧାନମନ୍ତ୍ରୀ ପ୍ରଚାର କରିବାକୁ ଆସିବେ। ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ସମେତ ଚଳଚ୍ଚିତ୍ର ଓ କ୍ରିକେଟ୍ ତାରକାମାନେ ମଧ୍ୟ ପ୍ରଚାର ଅଭିଯାନରେ ସାମିଲ ହେବେ।

publive-image

ବିଜେପିକୁ ମୁକାବିଲା ପାଇଁ ବିଜେଡି ବି ହାଇଟେକ୍ ପ୍ରଚାରକୁ ସର୍ବ ପ୍ରାଥମିକତା ଦେଇଛି। ଏଥର ବିଜେଡି ବଡ଼ ବଡ଼ ସଭା ସହିତ ଷ୍ଟ୍ରିଟକର୍ଣ୍ଣର ବୈଠକକୁ ଗୁରୁତ୍ବ ଦେଇଛି। ଏଲଇଡି ସ୍କ୍ରିନରେ ବିଜେଡି ସଫଳତା ବଖାଣିବ। ଏହାବ୍ୟତୀତ ଆଗକୁ ସରକାର ଲୋକଙ୍କ ପାଇଁ କି ଯୋଜନା କରିବେ, ତାହାକୁ ବି ଦେଖାଇବ। ସେଥି ପାଇଁ ଶହେରୁ ଅଧିକ ଅତ୍ୟାଧୁନିକ ପ୍ରଚାର ଗାଡ଼ି ପ୍ରସ୍ତୁତ କରିଛି ବିଜେଡି। ରାଜ୍ୟ ବାହାରର ଏକ ପ୍ରତିଷ୍ଠିତ ଇଭେଣ୍ଟ କମ୍ପାନିକୁ ଏହାର ପରିଚାଳନା ଦାୟିତ୍ବ ଦେଇଛି। ଏହି ସବୁ ଗାଡ଼ି ଏବେଠୁ ବୁଲିବା ଆରମ୍ଭ କରିଦେଲେଣି। ଗାଁ ଗଣ୍ଡା ଯେଉଁଠିକୁ ନବୀନଙ୍କ ଯିବା ସମ୍ଭବ ନୁହେଁ, ସେଠାରେ ଏହି ହାଇଟେକ୍ ଗାଡ଼ି ନବୀନଙ୍କ କଥା କହିବ। ପ୍ରଚାର ମଇଦାନରେ ବିଜେପି ଓ ବିଜେଡିର ଜୋରଦାର ଲଢ଼େଇ ଚାଲିଥିବା ବେଳେ କଂଗ୍ରେସ ପଛରେ ରହିଯାଇଛି। ଆଜିଯାଏ ଦଳର ପ୍ରାର୍ଥୀ ଘୋଷଣା କରାଯାଇନାହିଁ କିମ୍ବା ପ୍ରଚାର ମଇଦାନକୁ ମଧ୍ୟ ଦଳ ବିଧିବଦ୍ଧ ଭାବେ ଓହ୍ଲାଇନାହିଁ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe